କଲେଜ ଯାଇ ଘରକୁ ଫେରିଲାନି ନାବାଳିକା ଝିଅ, ଥାନାର ଦ୍ୱାରସ୍ଥ ହେଲେ ବାପା

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ କଳମା ଗ୍ରାମର ଜନୈକା ୧୭ବର୍ଷୀୟା ନାବାଳିକା କଲେଜ ଯାଇ ଆଉ ଘରକୁ ନଫେରିବାରୁ ଥାନାରେ ଅଭିଯୋଗ କଲେ ଯୁବତୀଙ୍କ ବାପା। ସୂଚନା ମୁତାବକ କଳମା ଗ୍ରାମର ଅଜୟ ସିଂର ନାବାଳିକା ଝିଅ ରଞ୍ଜିତା ମାଣତ୍ରୀ କଲେଜରେ ପଢ଼ୁଥିବାବେଳେ ଗତ ୮ ତାରିଖ ଦିନ କଲେଜ ଯାଉଛି କହି ଘରୁ ବାହାରି ଯାଇଥିଲା। ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲା। ଏମିତିକି ରଞ୍ଜିତା ସାଙ୍ଗରେ ନେଇଥିବା ମୋବାଇଲ ମଧ୍ୟ ସ୍ବିଚଅଫ ରହିଥିଲା।ପରିବାର ଲୋକ ବନ୍ଧୁବାନ୍ଧବ ସାଙ୍ଗସାଥି ଘର ସହିତ ଚାରିଆଡେ ଖୋଜାଖୋଜି କରି ନିରାଶ ହେବାପରେ ଗୁରୁାବାର ଥାନାର ଦ୍ୱାରସ୍ଥ ହୋଇ ନିଖୋଜ ଯୁବତୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପାଇ ପୁଲିସ ୩୦୫/୨୩ନଂ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Spread the love