ଆଗାମୀ ୧ମାସ ଆମ ପାଇଁ ଚ୍ୟାଲେଞ୍ଜ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୦୫: ତାଲାବନ୍ଦର ପ୍ରାୟ ଦୁଇମାସ ପରେ ବିମାନ ସେବା ଓ ରେଳଚଳାଚଳ ଆରମ୍ଭ ହୋଇଛି। ତେଣୁ କରୋନା ସଂକ୍ରମଣ ବଢିବାର ଅଧିକ ଆଶଙ୍କା ରହିଛି। ତେଣୁ ଆଗାମୀ ୧୫ ଦିନରୁ ପାଖାପାଖି ୧ ମାସ ପର୍ଯ୍ୟନ୍ତ ସମୟ ଆମ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ମଙ୍ଗଳବାର ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିମାନ ଓ ରେଳ ଚାଲିବା ପରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ସମୟରେ ଉପଯୁକ୍ତ ଢ଼ଙ୍ଗରେ ଅଜଣା ଭାଇରସ୍ ସହ ମୁକାବିଲା କରିବାକୁ ପଡ଼ିବ । ନମୁନା ପରୀକ୍ଷଣ କ୍ଷେତ୍ରରେ ଆମ ରାଜ୍ୟ ହେଉଛି ଦେଶର ଅଗ୍ରଣୀ ରାଜ୍ୟ ।

ଦୁଇମାସର ଲକଡାଉନ ମଧ୍ୟରେ ସରକାର ଅନେକ ଉପଲବ୍ଧି ହାସଲ କରିଛନ୍ତି । ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ସ୍ତରରେ ଅନେକ ଶିକ୍ଷା ମିଳିଛି । ଏହାକୁ ଆଧାର କରି ଆଗକୁ ରଣକୌଶଳ ପୁନଃନିର୍ଦ୍ଧାରଣ କରିବାକୁ ହେବ। ଏହା ଫଳର ସଂକ୍ରମଣ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଅଣାଯିବା ସହିତଅର୍ଥନୈତିକ, ଜୀବିକା କାର୍ଯ୍ୟକଳାପ ସ୍ୱାଭାବିକ ହୋଇପାରିବ । ସଙ୍ଗରୋଧ ପାଇଁ ଆଗକୁ ସାର୍ଟିଫିକେସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୋଟ୍ ୯୫ ପ୍ରତିଶତ କ୍ୱାରେଣ୍ଟିନ୍ସେ ସେଣ୍ଟରରୁ ଆସିଛନ୍ତି । ପରୀକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରହିଛି ରାଜ୍ୟ । ସାମାଜିକ ଦୂରତା ସାମଜିକ ବହିଷ୍କାର ନୁହେଁ । ଆଗକୁ ସଚେତନତା ପାଇଁ ଆହୁରି ପଦକ୍ଷେପ ନିଆଯିବ ।

Spread the love