ଯୁଦ୍ଧକୁ ନେଇ ରୁଷ-ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକ ଆଜିକୁ ୧୭ ଦିନ। ପାଶ୍ଚାତ୍ୟ ଦେଶ ଖୋଲାଖୋଲି ଭାବେ ୟୁକ୍ରେନକୁ ସମର୍ଥନ କରୁଛନ୍ତି । ଏଭଳି ପରିସ୍ଥିତିରେ ରୁଷ ମଧ୍ୟ ଅନେକ ଦେଶକୁ ନିଜର ଶତ୍ରୁ ଭାବେ ଗ୍ରହଣ କରିଛି ।

ବର୍ତ୍ତମାନ ଅନ୍ୟ ଦେଶମାନେ ବିପଦରେ ଅଛନ୍ତି ଯେ ସେମାନେ ରୁଷର ପରବର୍ତ୍ତୀ ଟାର୍ଗେଟ ହୋଇପାରନ୍ତି । ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଏ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି ।

ଖବର ଅନୁଯାୟୀ ଯେତେବେଳେ ବୈଦେଶିକ ମନ୍ତ୍ରୀ ଲାଭ୍ରୋଭଙ୍କୁ ପଚରାଗଲା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନ୍ୟ ଦେଶ ଉପରେ ମଧ୍ୟ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି କି ? ଏହାର ଜବାବରେ ଲାଭ୍ରୋଭ କହିଛନ୍ତି ଯେ ଆମର ଅନ୍ୟ କୌଣସି ଦେଶ ଉପରେ ଆକ୍ରମଣ କରିବାର ଯୋଜନା ନାହିଁ କିମ୍ବା ଆମେ ୟୁକ୍ରେନ ଉପରେ ଆକ୍ରମଣ କରିନାହୁଁ।

ୟୁକ୍ରେନ ସଙ୍କଟ ପାଇଁ ସେ ୟୁରୋପୀୟ ୟୁନିଅନର ଦେଶଗୁଡିକର ବିପଜ୍ଜନକ ଆଚରଣକୁ ଦାୟୀ କରି କହିଛନ୍ତି ଯେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସେମାନେ ଯୋଗାଉଛନ୍ତି । ଏଥି ସହିତ ସେ ରୁଷର ଦାବିକୁ ଦୋହରାଇ କହିଛନ୍ତି ଯେ ୟୁକ୍ରେନ ସୈନ୍ୟମାନେ ଏହି ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି ।

ସେପଟେ, ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ ମସ୍କୋ ଏବଂ କ୍ବିଭ୍‌ର ବରିଷ୍ଠ କୂଟନୀତିଜ୍ଞଙ୍କ ମଧ୍ୟରେ କଥାବାର୍ତ୍ତା ଯୁଦ୍ଧ ଶେଷ କରିବାରେ କୌଣସି ସଫଳତା ହାସଲ କରି ନାହିଁ । କୁଲେବା କହିଛନ୍ତି ଯେ ସେ ତୁର୍କୀରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ । ହ୍ୟୁମାନ କରିଡର ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରୁଷର ନିଷ୍ପତ୍ତି ନେଉଥିବା ବ୍ୟକ୍ତିମାନେ ଭିନ୍ନ । ସେ କହିଛନ୍ତି ଯେ ମସ୍କୋ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ପ୍ରସ୍ତୁତ ନୁହେଁ । ସେ କହିଛନ୍ତି ଯେ ରୁଷ ୟୁକ୍ରେନର ଆତ୍ମସମର୍ପଣ ଚାହୁଁଛି । କିନ୍ତୁ ତାହା ଘଟିବ ନାହିଁ ।

Spread the love