ବୃଦ୍ଧ ବାପା ମୃତଦେହକୁ ନେଲେନି ପରିବାର : ମୁଖାଗ୍ନି ଦେଲେ ସମ୍ବଲପୁର କମିଶନର

ହଜିଗଲା ମାନିକତା । ଭୁଲିଗଲେ ବାପାର ମମତା । ବୃଦ୍ଧ ବାପାର ମୃତଦେହ ନେବରକୁ ଆସିଲେନି ପରିବାର ଲୋକେ । ଶେଷରେ ଶବକୁ କାନ୍ଧରେ ବୋହି ମଶାଣି ନେବା ସହ ମୁଖାଗ୍ନୀ ଦେଇଛନ୍ତି ସମ୍ବଲପୁର ମହାନଗର ନିଗମ କମିଶନର । ଏଭଳି ଘଟଣା ଦେଖିବାକୁ ମିିଳିଛି ସମ୍ବଲପୁର ହୀରାକୁଦ ଅଞ୍ଚଳରେ । କେରଳର ପଦ୍ମା ନାୟାର ୧୯୯୮ ମସିହାରୁ ହୀରାକୁଦରେ ଥିବା ଏକ ସ୍କୁଲରେ ସହକାରୀ ଶିକ୍ଷକ ଥିଲେ ।ଗତ ଦୁଇ ମାସ ହେଲା ସେ ଅସୁସ୍ଥତା କାରଣକୁ ଚଲାବୁଲା କରିପାରୁନଥିଲେ । ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବାପାର ମୃତଦେହ ନେବା ଦୂରର କଥା ଶବ ସତ୍କର କରିବାକୁ ପରିବାର ଲୋକେ ଆସିଲେ ନାହିଁ । ଶେଷରେ ସମ୍ବଲପୁର କମିଶନର ବେଦଭୂଷଣ ମୃତଦେହକୁ ରାଜଘାଟ ଆଣି ଶବ ସତ୍କାର କରିଛନ୍ତିି । କମିଶନର ମୃତଦେହକୁ କାନ୍ଧରେ ବୋହି ଆଣିବା ସହ ମୁଖାଗ୍ନି ଦେଇଛନ୍ତି କମିଶନର । କମିଶନରଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରସଂଶା କରାଯାଉଛି ।

Spread the love