ସୌରୀନ ଭଟ୍ଟଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ପାଇଁ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କଲା ପୁଲିସ

କଟକ: କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ଅଡୁଆ ବଢ଼ିଛି। ସୌରୀନଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ପାଇଁ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିଛି କମିସନରେଟ ପୁଲିସ। ସୌରୀନ ଦୀର୍ଘ ଦିନ ଧରି ଧରାଛୁଆଁ ଦେଉନଥିବାରୁ ପଦକ୍ଷେପ ଗ୍ରହଣ କରିଛି ପୁଲିସ। ଅଭିଯୋଗକାରିଣୀ ଯୁବତୀ ସୌରୀନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ସୌରୀନଙ୍କ କୋଲକାତାରେ ଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଫିଜ କରିଛି ପୁଲିସ। ଏହା ସହ ତାଙ୍କ ବିରୁଦ୍ଧରେ ଲୁକ ଆଉଟ ସାରକୁଲାର ମଧ୍ୟ ଜାରି କରିଛି ପୁଲିସ।

ସୂଚନାଯୋଗ୍ୟ, ଗତ ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ଅଭିଯୋଗ ଆଣିଥିଲେ ଯେ, ସୌରୀନ ଭଟ୍ଟ ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି। ସୌରିନ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ, ମହିଳା ଜଣକ ଅଭିଯୋଗ ଆଣିଥିଲେ ଯେ, ସୌରୀନ ଭଟ୍ଟ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ। ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ। ହେଲେ ଅନ୍ତରଙ୍ଗ ଫୋଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇଥିବା ନେଇ ଅଭିଯୋଗ କରିଥିଲେ।

Spread the love