ଅମୀର ଖାନ୍‌ଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ମୁମ୍ବାଇ: ଅମୀର ଖାନ୍‌ଙ୍କୁ ହିନ୍ଦୁ ବିଦ୍ୱେଶୀ ଭାବରେ ଆଖ୍ୟାୟିତ କରି ତାଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ବୟକଟ କରିବା ପାଇଁ ନାରା ଲଗାଇଛନ୍ତି କିଛି ଗୋଷ୍ଠୀ। ସୋସିଆଓଲ୍ ମିଡିଆରେ ଲାଲ୍ ସିଂହ ଚଡ୍ଡା ବୟକଟ ଟ୍ରେଣ୍ଡ କରୁଛି। ହେଲେ ଏହି ବିରୋଧ ଭିତରେ କିନ୍ତୁ ଭଲ ଆୟ କରୁଛି ଅମୀରଙ୍କ ଫିଲ୍ମ ଲାଲ୍‌ ସିଂହ ଚଡ୍ଡା। କିଛି ଲୋକ ଫିଲ୍ମ ଦେଖି ପ୍ରଶଂସା କରୁଥିବା ବେଳେ କିଛି ନାପନ୍ଦ କରୁଛନ୍ତି।

ତେବେ ଏସବୁ ଭିତରେ ଅମୀର ଖାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଆମୀରଙ୍କ ବିରୋଧରେ ଭାରତୀୟ ସେନାକୁ ଅପମାନ କରିବା ଓ ଯବାନଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗ ଆସିଛି। ତେବେ ଏନେଇ ଅଭିନେତା ଅମୀର ଖାନ୍‌ଙ୍କର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଫିଲ୍ମକୁ ଉତ୍ତର ପ୍ରଦେଶ ବ୍ୟାନ କରିବା ପାଇଁ ଆନ୍ଦୋଳନ ଚଳାଇଛି ହିନ୍ଦୁ ସଂଗଠନ ସନାତନ ରକ୍ଷକ ସେନା। ଫିଲ୍ମକୁ ସାରା ଦେଶରେ ବନ୍ୟା କରିବାକୁ ଚାହାନ୍ତି। ଅମୀର ଖାନ ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ତେଣୁ ଆମେ ସମସ୍ତେ ସନାତନ ଲୋକ ତାଙ୍କ ଫିଲ୍ମକୁ ଭାରତରେ ଚଳାଇବାକୁ ଦେବୁ ନାହିଁ ବୋଲି ସଂଗଠନର ସଦସ୍ୟ କହିଛନ୍ତି।

Spread the love