ସଂଗୀତଜ୍ଞ ଖୟାମଙ୍କ ପରଲୋକ

ପ୍ରସିଦ୍ଧ ବଲିଉଡ ସଂଗୀତଜ୍ଞ ଖୟାମଙ୍କ ୯୨ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟାଯୋଗୁଁ ତାଙ୍କୁ କିଛି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ ୧୬ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଅବସ୍ଥା ଜଟିଳ ଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ତାଙ୍କ ଗୋଡ଼ ସଂକ୍ରମଣ ହୋଇଯାଇଥିଲା । ରାତି ପ୍ରାୟ ସାଢ଼େ ୯ଟାରେ ଖୟାମଙ୍କ ପରଲୋକ ହୋଇଯାଇଥିଲା । ବହୁ ପରିଶ୍ରମ କରି ମଧ୍ୟ ଖୟାମଙ୍କୁ ଡାକ୍ତର ବଞ୍ଚାଇ ପାରି ନଥିଲେ । ବୟସ ବୃଦ୍ଧି ଯୋଗୁଁ ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା । ସେ ୨୧ ଦିନ ଯାଏଁ ହସ୍ପିଟାଲରେ ଭର୍ତ୍ତି ଥିଲେ । ଖୟାମଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରସିଦ୍ଧ ସଂଗୀତଜ୍ଞ ଖୟାମ ସାହବଙ୍କ ପରଲୋକରେ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ଟୁଇଟରରେ ଲେଖିଛନ୍ତି, ସେ ତାଙ୍କର ସ୍ମରଣୀୟ ଗୀତଗୁଡ଼ିକର ମାଧ୍ୟରେ ସବୁଦିନ ପାଇଁ ମନେରହିବେ । ତାଙ୍କର ଅପାର ଉଦ୍ୟମ ଯୋଗୁଁ ଫିଲ୍ମ ଓ କଳା ଜଗତ ସବୁବେଳେ ତାଙ୍କର ନିକଟରେ ଋଣି ହୋଇ ରହିବ । ବଲିଉଡ ସୁପ୍ରସିଦ୍ଧ ଗାୟିକା ଲତା ମଙ୍ଗେଶକର ମଧ୍ୟ ଖୟାମଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟରରେ ନିଜର ଭାବନାକୁ ସେୟାର କରିଛନ୍ତି । ପ୍ରସିଦ୍ଧ ସଙ୍ଗିତଜ୍ଞ ଖୟାମ ବହୁତ ଭଲ ଲୋକ ଥିଲେ ବୋଲି ଲତା ଉଲ୍ଲେଖ କରିଛନ୍ତି । ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । 

Spread the love