ବଲାଙ୍ଗୀର ଜିଲ୍ଲା ପୂର୍ବତନ ସଭାପତି ଭକ୍ତବନ୍ଧୁ ନାୟକଙ୍କ ଅକାଳ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର, ତା.୦୭/୦୪: ବଲାଙ୍ଗୀର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ ନାଏକ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ କେ.ଭି.ସିଂହଦେଓଙ୍କ ସମେତ ବହୁ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଶାନ୍ତ ଏବଂ ଅମାୟିକ ବ୍ୟକ୍ତି ଭାବେ ପରିଚିତ ଦକ୍ଷ ଓ ପ୍ରଭାବଶାଳୀ ରାଜନୀତିଜ୍ଞ ସ୍ୱର୍ଗତଃ ନାୟକଙ୍କ ବିୟୋଗ ବଲାଙ୍ଗୀର ଜିଲ୍ଲାବାସୀଙ୍କ ସମେତ ପାର୍ଟି ପାଇଁ ଅପୁରଣୀୟ କ୍ଷତି । ସ୍ୱର୍ଗତଃ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବିଜେପି ନେତୃବୃନ୍ଦ ପ୍ରାର୍ଥନା କରିଛନ୍ତି ।

Spread the love