ଆଜି ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ

ଭୁବନେଶ୍ୱର : ଆଜି ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ । ସକାଳ ୧୧ଟା ୩୦ରେ ରାଜଭବନରେ ଏକ ବୈଠକର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀରେ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହେବ । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବାର ଦାସ ସମ୍ମିଳନୀରେ ସଭାପତିତ୍ୱ କରିବେ ।

ଏଥିସହ ପରୀକ୍ଷା ଆୟୋଜନ, ଫଳ ପ୍ରକାଶନ ଆଦିକୁ ପ୍ରାଥମିକତା ଦିଆଯିବ । ସେହିପରି ବିଶ୍ୱ ବିଦ୍ୟାଳୟରେ ଗବେଷଣା କାର୍ଯ୍ୟକ୍ରମ, ଶୈକ୍ଷିକ ବାତାବରଣରେ ଉନ୍ନତି, ବିଶ୍ୱ ବିଦ୍ୟାଳୟରେ ସିଏଏସ୍ ପ୍ରମୋସନ ଆଦି ସମ୍ପର୍କରେ ଆଲୋଚନା କରାଯିବ । ଏହାସହ ବିଭିନ୍ନ ପ୍ରସଙ୍ଗରେ କୁଳପତିମାନଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଏହା ପ୍ରଥମ କୁଳପତି ସମ୍ମିଳନୀ ହେବ ।

Spread the love