ମୋତିଝରନ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ

ସମ୍ବଲପୁର: ସମ୍ବଲପୁରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପୁଲିସ ହାତରୁ ଖସି ସାରିଥିବାରୁ ଅପରାଧି ନିୟନ୍ତ୍ରଣ ଅପେକ୍ଷା ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାରେ ବେଶ ସକ୍ରିୟ । ଅନେକ ସଙ୍ଗୀନ ମାମଲା ଗୁଡିକରେ ପୁଲିସ ପାରୁପର୍ଯ୍ୟନ୍ତ ଅପରାଧିକ ଘଟଣା ଗୁଡିକୁ ଲୁଚାଇବାରେ ବେଶ ବ୍ୟସ୍ତ । ଏଭଳି ଏକ ଘଟଣାରେ ସ୍ଥାନୀୟ ମୋତିଝରନ ଅଞ୍ଚଳରେ ରବିବାର ଦିନବେଳାରେ କୌଣସି କାରଣରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୋତିଝରନ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏଥିରେ ଗୋଟିଏ ପକ୍ଷର ମହମ୍ମଦ କାଲୁ ଓ ଅନ୍ୟ ପକ୍ଷର ଜଣେ ଯୁବକଙ୍କ ସମେତ ସମୁଦାୟ ୨ ଜଣ ବ୍ୟକ୍ତି  ଛୁରା ମାଡରେ ଆହତ ହୋଇଛନ୍ତି । ଉଭୟ ଚିକିତ୍ସିତ ହେଉଥିବା ବେଳେ ବିଳମ୍ବିତ ରାତ୍ରିରେ ଅଭିଯୋଗ ହେବାରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ଅଭିଯୁକ୍ତ ମାନେ ଫେରାର ରହିଥିବା ବେଳେ ପୁଲିସ ହାତକୁ ହାତ ଧରି ବସି ରହିଛି ।

Spread the love