ଶାହବାଜ ସରିଫଙ୍କୁ ନରେନ୍ଦ୍ର ମୋଦିଙ୍କ ବଧାଇ

ନୂଆଦିଲ୍ଲୀ : ପାକିସ୍ତାନରେ ସରକାର ବଦଳି ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଶାହବାଜ ସରିଫ । ତେବେ ପାକ୍‌ର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଙ୍କୁ ଟୁଇଟ୍ କରି ବଧାଇ ଜଣାଇଛନ୍ତି ସହ ଆତଙ୍କବାଦ ପ୍ରସଙ୍ଗରେ ଉପଦେଶ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆତଙ୍କବାଦ ପ୍ରସଙ୍ଗ ଉଠାଇ ମୋଦି ଟୁଇଟ୍ କରିଛନ୍ତି, ଭାରତ ଶାନ୍ତି ଚାହେଁ ଯେଉଁଠି ଆତଙ୍କର କୌଣସି ସ୍ଥାନ ନାହିଁ। ଏହାଦ୍ବାରା ବିକାଶର ଚାଲେଞ୍ଜ ଉପରେ ଫୋକସ୍ କରିପାରିବା ଏବଂ ନିଜ ନିଜ ଦେଶର ନାଗରିକଙ୍କର ମଙ୍ଗଳ ହେବ।

ସୂଚନାଯୋଗ୍ୟ, ଶାହବାଜ ସରିଫ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଆରିଫ ଆଲଭୀଙ୍କ ବଦଳରେ ସିନେଟ୍ ଚେୟାରମ୍ୟାନ୍ ସାଦିକ ସଞ୍ଜରାନୀ ଶପଥ ପାଠ କରାଇଛନ୍ତି । ପ୍ରେସିଡେଣ୍ଟ ହାଉସରେ ଶପଥ ସମାରୋହ ହୋଇଥିଲା , କିନ୍ତୁ ରାଷ୍ଟ୍ରପତି ଆସିନଥିଲେ ।ଶପଥ ଗ୍ରହଣ ସମାରୋହରେ ଆର୍ମି ଏବଂ ଆଇଏସଆଇ ମୁଖ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଭାବରେ ସଂସଦରେ ନିର୍ବାଚିତ ହେବା ପରେ ଚୀନକୁ ବିଶ୍ବସ୍ତ ବନ୍ଧୁ ବୋଲି କହିଛନ୍ତି ସରିଫ । ଏହାସହ କାଶ୍ମୀର ପ୍ରସଙ୍ଗ ନେଇ ଇମ୍ରାନ କିଛି କରିନଥିବା କହି କଡ଼ା ଟିପ୍ପଣୀ କରିଥିଲେ ।

Spread the love