ଆଜି କଂଗ୍ରେସର 135 ତମ ପ୍ରତିଷ୍ଠା ଦିବସ

ଶନିବାର କଂଗ୍ରେସର 135 ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ପ୍ରତିଷ୍ଠା ଦିବସରେ ଦଳ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସମସ୍ତ ରାଜ୍ୟର ରାଜଧାନୀରେ ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ ଶୋଭାଯାତ୍ରା ଆୟୋଜନ କରିବ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀରେ, ରାହୁଲ ଗାନ୍ଧୀ ଆସାମରେ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ।

ଦିଲ୍ଲୀରେ ଭାରତ ବଞ୍ଚାଅ କାର୍ଯ୍ୟକ୍ରମରେ ଦଳକୁ ସଫଳତା ମିଳିଥିବାରୁ ସବୁ ରାଜ୍ୟରେ ଏହାର ଆୟୋଜନ ପାଇଁ ଦଳ ନିଷ୍ପତ୍ତି ନେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାରର ଜନବିରୋଧୀ ନୀତିଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ବିରୋଧ କରାଯିବ। ରାହୁଲ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଆଜି କଂଗ୍ରେସର 135 ତମ ପ୍ରତିଷ୍ଠା ଦିବସ। ମୁଁ ଏଆଇସିସି କାର୍ଯ୍ୟାଳୟରେ ଧ୍ଵଜାରୋହଣ ସମାରୋହରେ ଅଂଶଗ୍ରହଣ କରିବି।

Spread the love