ଆରମ୍ଭ ହେଲା କଂଗେସର ଜନ ଆଶୀର୍ବାଦ ଯାତ୍ରା

ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ କଂଗ୍ରେସର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହୋଇଛି । ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଗଳିକନ୍ଦିରେ କଂଗ୍ରେସ ନେତା କର୍ମିମାନେ ବୁଲି ଆଶୀର୍ବାଦ କାମନା କରିଥିଲେ । ସେମାନେ କହିଥିଲେ ଯେ, ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ।

ସମଗ୍ର ଦେଶରେ ୨୮ଶତକଡ଼ା ଖଣିଜ ପଦାର୍ଥ ଓଡ଼ିଶାରେ ଥିବା ବେଳେ ୨୦୦୧ମସିହାଠାରୁ ବୈଦେଶିକ ତଥା ବହୁରାଷ୍ଟ୍ରିୟ କମ୍ପାନୀ, ଖଣି ମାଫିଆ ଓଡ଼ିଶାକୁ ଲୁଟ୍ କରି ଚାଲିଛନ୍ତି । ସେହିପରି ଏକାମ୍ର କ୍ଷେତ୍ରରେ କଳା ଭାଷ୍କର୍ଯ୍ୟରେ ପରିପୂର୍ଣ୍ଣ ରହିଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଏବଂ ସୌନ୍ଦର୍ଯ୍ୟ କରଣ ନାମରେ ବର୍ତମାନର ବିଜେଡି ସରକାର ଶହଶହ କୋଟି ହରିଲୁଟ୍ କରି ଚାଲିଛନ୍ତି ।

ଏହା ଦ୍ୱାରା କେବଳ ଠିକାଦାର, ନେତା, କୁଜି ନେତା ମାଲେମାଲ ହେଉଛନ୍ତି ଅଥଚ ବାସ୍ତବ କ୍ଷେତ୍ରରେ ଅଂଚଳ ବାସୀଙ୍କ କୌଣସି ଲାଭ ହେଉନାହିଁ । ଆସନ୍ତା ନିର୍ବାଚନରେ କଂଗ୍ରେସ ସରକାର ଗଢ଼ିଲେ ୨୦ଲକ୍ଷରୁ ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି, କୃଷି ରୂଣ ଛାଡ଼, ଭର୍ତାକୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି, ସର୍ବନିମ୍ନ ରୋଜଗାର ଗ୍ୟାରେଂଟି ପାଇଁ ପ୍ରତିଶୃତି ବଦ୍ଧ । ଏଣୁ ଆପଣମାନଙ୍କ ଆଶୀର୍ବାଦ ଆବଶ୍ୟକ ବୋଲି ନେତାମାନେ କହିଥିଲେ ।

ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରଶ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯାତ୍ରାରେ ବିରୋଧି ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସର୍ବଭାରତୀୟ ଛାତ୍ର କଂଗ୍ରେସର ସମ୍ପାଦକ ରାଜିବ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପିସିସି ଲୋକସଭା ଯୁବ କଂଗେସ ସଭାପତି ରଞ୍ଜିତ ପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବଳରାମ ନନ୍ଦ, ବିଭିନ୍ନ ବ୍ଲକ କଂଗ୍ରେସ ଓ ୱାର୍ଡ କଂଗେସ ସଭାପତି ସମେତ ହଜାରରୁ ଉର୍ଦ୍ଧ କଂଗେସ କର୍ମି ଯୋଗ ଦେଇଥିଲେ ।

Spread the love