ଦୁଇଦିନିଆ ମଣିପୁର ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆଶ୍ରୟସ୍ଥଳକୁ ଯାଇ ଶୁଣିବେ ହିଂସା ପୀଡିତଙ୍କ ଦୁଃଖ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଇମ୍ଫାଲରେ ପହଂଚିଛନ୍ତି । ସେ ଗୁରୁବାର ସକାଳେ ଦିଲ୍ଲୀରୁ ବିମାନ ଯୋଗେ ମଣିପୁର ଗସ୍ତ କରିଥିଲେ । ୨୯ ଓ ୩୦ ତାରିଖ ଦୁଇଦିନ ଧରି ସେ ମଣିପୁରରେ ରହିଛି । ସେଠାରେ ସେ ଆଶ୍ରୟ ସ୍ଥଳରେ ଥିବା ହିଂସା ପୀଡିତଙ୍କ ସମସ୍ୟା ବାବଦରେ ବୁଝିବେ । ଏହା ବ୍ୟତୀତ ରାହୁଲ ଗାନ୍ଧୀ ମଣିପୁରର ରାଜଧାନୀ ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟିର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।ସୂଚନା ଥାଉକି ମଣିପୁରରେ ଦୀର୍ଘ ୫୮ ଦିନ ହେବ ହିଂସା ଜାରି ରହିଛି । ଜାତିଗତ ହିଂସାରେ ଏପର୍ଯ୍ୟନ୍ତ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ସଂଖ୍ୟାର ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଣିପୁର ଗସ୍ତ କରିଥିଲେ । ସେଠାରେ ସେ ଆଶ୍ରୟସ୍ଥଳକୁ ଯାଇ ହିଂସା ପୀଡିତଙ୍କ ସହ ଆଲୋଚନା କରିଥିଲେ । ଏହାସହ ଗୋଟିଏ ସପ୍ତାହ ପୂର୍ବରୁ ଗୃହମନ୍ତ୍ରୀ ଦିଲ୍ଲୀରେ ମଣିପୁର ହିଂସାକୁ ନେଇ ଏକ ସର୍ବଦଳୀୟ ବୈଠକ କରିଥିଲେ । ଏହି ବୈଠକରେ ସମାଜବାଦୀ ପାର୍ଟି ଓ ଆରଜେଡି ପ୍ରତିନିଧି ଯୋଗ ଦେଇ ହିଂସା ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନସିଂଙ୍କୁ ଦୋଷୀ ବୋଲି କହି ତାଙ୍କର ଇସ୍ତଫା ଦାବି କରିଥିଲେ । ଏହାସହ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ଉଭୟ ଦଳ ଦାବି କରିଛନ୍ତି ।

Spread the love