କଂଗ୍ରେସର ମୂଳନିବାସୀ ଜନଜାଗରଣ ସଭାରେ ନାଚିଲେ ବିଧାୟକ ତାରା ବାହିନୀପତି

ମାଲକାନଗିରି: ମାଲକାନଗିରିସ୍ଥିତ ଡିଏନକେ ପଡିଆରେ କଂଗ୍ରେସ ପକ୍ଷରୁ ମୂଳନିବାସୀ ଜନଜାଗରଣ ସଭା ଚାଲିଥିବା ବେଳେ ମଞ୍ଚ ଉପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନାଚିଛନ୍ତି। ଶ୍ରୀ ବାହନିପତି ନିଜର ବ୍ୟକ୍ତବ ରଖିବା ପରେ ନୃତ୍ୟ କରିବା ପାଇଁ କହିଥିଲେ। ଏହାପରେ ମଞ୍ଚ ଉପରେ ‘ହେ ନବୀନ ଦେଖା ଦେ, ନହେଲେ ଜବାବ ଦେ’ ଗୀତରେ ନାଚିବା ଆରମ୍ଭ କରିଦେଇଥିଲେ। ଏହାପରେ ତାଙ୍କୁ ଦେଖି ମଞ୍ଚରେ ବସିଥିବା କେତେକ ଅତିଥିମାନେ ଓ ପାର୍ଶ୍ବରେ ଥିବା କଂଗ୍ରେସ ନେତାମାନେ ମଧ୍ୟ ନାଚିଥିଲେ। ମଞ୍ଚ ଉପରେ ନେତାଙ୍କ ନୃତ୍ୟକୁ ଦେଇ ମଞ୍ଚ ତଳେ ଥିବା କର୍ମୀମାନେ ବେଶ ଉତ୍ସାହର ସହିତ ନାଚିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ମାଲକାନଗିରି ଠାରେ ଆୟୋଜିତ ମୂଳନିବାସୀ ଜନଜାଗରଣ ସମାବେଶରେ ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲା କୁମାର, ଏଆଇସିସିର ଅନୂସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ମୋର୍ଚ୍ଚା ସଂଯୋଜକ କେ.ରାଜୁ, ରାଜେଶ ଲିଲଟିଆ, ଶିବାଜୀ ରାଓ ମୋଘେ, ପିସିସି ସଭାପତି ଶରତ ପଟ୍ଟନାୟକ, କ୍ୟାମ୍ପନ୍ ମୁଖ୍ୟ ବିଜୟ ପଟ୍ଟନାୟକ ଯୋଗ ଦେଇଥିଲେ।

Spread the love