ନିଜ ବିବେକ ଅନୁସାରେ ଭୋଟ୍‌ ଦେଲି: ମହମ୍ମଦ ମୋକିମ

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମହମ୍ମଦ ମୋକିମ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ନିଜ ବିବେକ ଅନୁସାରେ ଭୋଟ୍‌ ଦେଇଛି ବୋଲି କହିଛନ୍ତି ମୋକିମ। ଏହା ସହ କହିଛନ୍ତି ‘ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି, ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ।’ ଜଣେ ଓଡ଼ିଆ ମହିଳା ଛିଡ଼ା ହୋଇଥିବାରୁ ନିଜର ମୂଲ୍ୟବାନ ଭୋଟ ତାଙ୍କୁ ଦେଇଥିବା ସହିତ ଜଣେ ଓଡ଼ିଆଙ୍କୁ ଦେଶର ସର୍ବୋଚ୍ଚ ସ୍ଥାନରେ ଦେଖି ନିଜକୁ ଗର୍ବିତ ମନେ କରିବେ ବୋଲି କହିଛନ୍ତି ମୋକିମ । ଆଜିର ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମେ ଲୋକଙ୍କ ସେବା ପାଇଁ ଆସିଛେ। ‘ମୁଁ ଜଣେ ଓଡ଼ିଆ ହିସାବରେ ତାଙ୍କୁ ଭୋଟ୍‌ ଦେଇଥିବା ସେ କହିଛନ୍ତି। ସୂଚନା ଥାଉକି, ଆଜି ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ଚାଲିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ବାଦ୍‌ ଦେଇ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ତେବେ ମୋକିମଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସରେ ଆରମ୍ଭ ହୋଇଛି ନୂଆ ବିବାଦ।

Spread the love