ଧୀରଜ ପ୍ରସାଦ ସାହୁଙ୍କ ଟଙ୍କା ଭର୍ତ୍ତି ଲକରରୁ ବାହାରିଲା ଇନ୍ସପେକ୍ଟରଙ୍କ ନାମରେ ଥିବା ୫ଲକ୍ଷ ଟଙ୍କାର ପ୍ୟାକେଟ

ଭୁବନେଶ୍ବର/ବଲାଙ୍ଗୀର: ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ, ଧୀରଜ ପ୍ରସାଦ ସାହୁ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରେ ଆୟକର ବିଭାଗ ୫ଦିନ ଧରି ଚଢ଼ଉ କରିଥିଲା। ଏହି ଚଢ଼ଉ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡସ୍ଥିତ ସାହୁ ଗ୍ରୁପର କମ୍ପାନିରେ ହୋଇଥିଲା। ଆୟକର ବିଭାଗର ଅଧିକାରୀମାନେ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଓଡ଼ିଶାର ବଲାଙ୍ଗୀରରେ ସୁଦାପଡ଼ା ମଦ କମ୍ପାନିର କାର୍ଯ୍ୟାଳୟର ଏକ ଲୁହାର ଲକର କାଟି ଆୟକର ବିଭାଗର ଅଧିକାରୀମାନେ ବିପୁଳ ପରିମାଣରେ ଟଙ୍କା ଜବତ କରିଛନ୍ତି। ଏହି ଜବତ ଟଙ୍କା ମଧ୍ୟରୁ ଗୋଟିଏ ପ୍ୟାକେଟ ଭିନ୍ନ ଭାବେ ରଖାଯାଇଥିଲା। ଏହି ପ୍ୟାକେଟରେ ୫ଲକ୍ଷ ଟଙ୍କା ରହିଥିଲା। ଯାହାର ଉପରେ ଇକ୍ସପେକ୍ଟର ତିୱାରୀ ବୋଲି ଲେଖାଥିବା ଆୟକର ବିଭାଗର ଅଧିକାରୀମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ପ୍ୟାକେଟକୁ ଜବତ କରିବା ସହିତ ଆୟକର ବିଭାଗର ଅଧିକାରୀ ଇନ୍ସପେକ୍ଟର ତିୱାରୀଙ୍କ ନାମ ଏଥିରେ କାହିଁକି ଲେଖା ଯାଇଥିଲା ତାହାକୁ ନେଇ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ତେବେ ସନ୍ଦେହ କରାଯାଉଛି କି ଧୀରଜ ପ୍ରସାଦ ସାହୁ ନିଜର କଳାଧନ ବ୍ୟବସାୟରୁ ବଞ୍ଚିବା ପାଇଁ  ପ୍ରତିମାସରେ ବୋଧ ହୁଏ ଇନ୍ସପେକ୍ଟରଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରିଥାଆନ୍ତି। ଇନ୍ସପେକ୍ଟର ତିୱାରୀଙ୍କ ନାମ ଏହି ଚଢ଼ଉରେ ଏକ ନୂଆ ଟୁଇଷ୍ଟ ହୋଇ ମୁଣ୍ଡ ଟେକିଛି।

ଧୀରଜଙ୍କ ବ୍ୟକ୍ତିଗତ କଥା କହିବାକୁ ଗଲେ ଧୀରଜ ସାହୁଙ୍କର ସମ୍ପୂର୍ଣ୍ଣ ନାମ ଧୀରଜ ପ୍ରସାଦ ସାହୁ  । ଧୀରଜ ୨୩ ନଭେମ୍ବର ୧୯୫୫ରେ ରାୟ ସାହେବ ବାଲଦେବ ସାହୁ ଏବଂ ସୁଶୀଲା ଦେବୀଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତୃତୀୟ ଥର ପାଇଁ କଂଗ୍ରେସ ଟିକେଟ୍‌ରେ ଧୀରଜ ଜଣେ ରାଜ୍ୟସଭାର ସାଂସଦ ଦେଇଥିଲେ। ଧୀରଜ ତାଙ୍କ ଓ୍ବେବ୍‌ସାଇଟ୍‌ରେ ଦେଇଥିବା ବିବରଣୀ ଅନୁଯାୟୀ, ସେ ଏକ ବ୍ୟବସାୟିକ ପରିବାରର ସଦସ୍ୟ ଅଟନ୍ତି।

Spread the love