କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ସରଗରମ ହୋଇଛି ଓଡ଼ିଶା ରାଜନୀତି । ଅନେକ ଦିନରୁ ପ୍ରଦୀପ ମାଝୀଙ୍କୁ ନେଇ ଚାଲିଥିବା ସସପେନ୍ସର ଅନ୍ତ ଘଟିଛି । ଆଜି ବିଧିବଦ୍ଧ ଭାବରେ ରାଜ୍ୟ କାରିଣୀ ସଭାପତି ପଦରୁ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀରୁ ଇସ୍ତଫା ଦେଇଛନ୍ତି ।

ସୂଚନା ଅନୁଯାୟୀ, ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରୁ ପଠାଇଛନ୍ତି । କଂଗ୍ରେସରେ ଜନସେବାର ସୁଯୋଗ ନଥିବାରୁ ସେ ଦଳ ଛାଡୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି । କିଛିଦିନ ହେଲା ପ୍ରଦୀପ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ପ୍ରଦୀପ ଏହାକୁ ଏଡାଇ ଚାଲିଥିଲେ । ଶେଷରେ ଆଜି ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

Spread the love