ମେଗା ରୋଡ୍ ସୋ’ ପରେ ନାମାଙ୍କନ ପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ

ମୁମ୍ବାଇ: ମେଗା ରୋଡ୍ ସୋ’ ପରେ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି କେରଳର ୱାଏନାଡରୁ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ସେ ଏକ ରୋଡ୍ ସୋ କରିଥିଲେ ଯେଉଁଥିରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ​​୪ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ୱାଏନାଡ ଆସନ ଜିତିଥିଲେ। ଚଳିତ ବର୍ଷ ରାହୁଲ କେତେ ଭୋଟରେ ଆଗ‌ରେ ରହିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ୫୪୩ଲୋକସଭା ଆସନ ପାଇଁ ଆଗାମୀ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ଜୁନ୍ ୧ମଧ୍ୟରେ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ୍ ଗଣନା ଜୁନ୍ ୪ରେ ହେବ। କିଛି ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଅନେକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି। ବିଜେପି ନିଜର ମାନିଫେଷ୍ଟୋ କମିଟି ଗଠନ କରିଥିବାବେଳେ କଂଗ୍ରେସ ଏପ୍ରିଲ ୫ତାରିଖ ଦିନ ଏଆଇସିସି କାର୍ଯ୍ୟାଳୟରେ ନିଜର ନିର୍ବାଚନ ଇସ୍ତାହାର ପ୍ରକାଶ କରିବାକୁ ଯାଉଛି।

ଲୋକସଭା ନିର୍ବାଚନ ପାଇଁ ମତଦାନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବ। ଏହା ପରେ ଏପ୍ରିଲ ୨୬, ମେ’ ୭, ୧୩, ୨୦, ୨୫, ଏବଂ ଜୁନ୍ ୧ରେ ମଧ୍ୟ ମତଦାନ ହେବ। ଜୁନ୍ ୪ରେ ୫୪୩ଲୋକସଭା ଆସନ ପାଇଁ ଭୋଟ ଗଣନା କରାଯିବ

Spread the love