ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ, ଧାରଣାରେ କଂଗ୍ରେସ ବିଧାୟକ ଓ ନେତା

କଟକ ୧୫।୯: ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ ।  ଦୁର୍ଗା ପୂଜା ପାଇଁ ମୂର୍ତ୍ତି ଉଚ୍ଚତା ୪ ଫୁଟ ରଖିବାକୁ ସରକାରଙ୍କ ଘୋଷଣା ପରଠୁ ତେଜିବାରେ ଲାଗିଛି ବିବାଦ ।  ଏହି ପ୍ରସଙ୍ଗକୁ ନେଇ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ ।  ସ୍ବାଭାବିକ ଉଚ୍ଚତାର ଦୁର୍ଗାମୂର୍ତ୍ତି ତିଆରି ପାଇଁ ଅନୁମତି ଦାବି କରି କଂଗ୍ରେସର ଧାରଣା । ପୁରୀଘାଟ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି  କଂଗ୍ରେସ ବିଧାୟକ ଓ ନେତା । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି । ଦୁର୍ଗା ପୂଜା ପାଇଁ ଆଉ ଅଳ୍ପ କେଇଟା ଦିନ ଥିବା ବେଳେ ଆଗକୁ ଏ ବିବାଦ କେଉଁ ରୂପ ନେଉଛି, ନିଷ୍ପତ୍ତି କାଏମ ରହୁଛି ନା ବଦଳୁଛି ଏବେ ତା ଉପରେ ନଜର।

Spread the love