ରାତି ଅଧରେ କଂଗ୍ରେସ କର୍ମୀଙ୍କ ରାସ୍ତାରୋକ

ଭୁବନେଶ୍ୱର ୦୬।୦୨: ରାତି ଅଧରେ କଂଗ୍ରେସ କର୍ମୀଙ୍କ କ୍ୟାପିଟାଲ ଥାନା ଆଗରେ ଟାୟାର ଜାଳି ରାସ୍ତରୋକ। ଗତ କିଛିଦିନ ତଳେ କଂଗ୍ରେସ ଭବନ ଭିତରେ ହୋଇଥିବା ବୋମାମାଡ ଓ ଜଳାପୋଡା ଘଟଣାରେ ମାତ୍ର ଦୁଇଜଣ ଗିରଫ ହୋଇଛନ୍ତି । ସେହି ଗୋଷ୍ଠୀର ଅନ୍ୟ ସଦସ୍ୟ ମାନେ ଏବେବି ବାହାରେ ଖୁଲମଖୁଲା ବୁଲୁଛନ୍ତି । କ୍ୟାପିଟାଲ ଥାନା ପୋଲିସ ସେମାନଙ୍କୁ ଗିରଫ କରିବା ବଦଳରେ ନିରୀହ ଯୁବ କଂଗ୍ରେସ କର୍ମୀ ମାନଙ୍କୁ ଥାନାକୁ ଡ଼ାକି ଅଯଥା ହଇରାଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହାର ପ୍ରତିବାଦରେ ରାତି ଅଧରେ କ୍ୟାପିଟାଲ ଥାନା ଘେରାଉ କରିଥିଲା କଂଗ୍ରେସ।

Spread the love