କଂଗ୍ରେସର ଟିକେଟ ଫଣ୍ଡା, “ଏଥର ପରିବାରରୁ ଗୋଟିଏ”: ନିରଞ୍ଜନ

କଂଗ୍ରେସରେ ଚାଲିଛି ଟିକେଟ କସରତ । ୨୦୧୯ରେ ଦଳ କାହାକୁ ପ୍ରାର୍ଥୀକଲେ ବିଜୟଲାଭ କରିବ ସେଭଳି ପ୍ରାର୍ଥୀ ଖୋଜୁଛି ଦଳ । ଏଥିପାଇଁ ସ୍କିନିଂ କମିଟି ଓଡ଼ିଶାରେ ଡେରାପକାଇ ଆସି ପ୍ରାର୍ଥୀଙ୍କ ଭିତରୁ ବିଜୟୀ ପ୍ରାର୍ଥୀଙ୍କୁ ଖୋଜୁଛି । ଆଉ ଠିକ ଏହି ସମୟରେ ପିସିସି ସଭାପତି ଟିକେଟ ଫଣ୍ଡା ବୁଝାଇଛନ୍ତି ନେତାଙ୍କୁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ହାଇକମାଣ୍ଡ ନିର୍ଦେଶ ଦେଇଛନ୍ତି ପରିବାରରୁ ଜଣଙ୍କୁ ଟିକେଟ ଦେବାପାଇଁ । ‘ଗୋଟିଏ ପରିବାର, ଗୋଟିଏ ଟିଜେଟ’ ନିୟମକୁ ୨୦୧୯ ନିର୍ବାଚନରେ କଡାକଡି ପାଳନ କରିବ ଦଳ ।

ତେବେ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । କାରଣ କଂଗ୍ରେସର ମଙ୍ଗୁଆଳମାନେ ଏହି ପରିବାର ବାଦରେ ଛନ୍ଦି ହୋଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ଜୟଦେବ ଜେନା ପୁଅ ସଂଗ୍ରାମ ଜେନା, ଚିରଞ୍ଜିବି ବିଶ୍ୱାଳ ଭାଇ ରଞ୍ଜୀବ ବିଶ୍ୱାଳ, ଅନନ୍ତ ସେଠି ତାଙ୍କ ପୁଅ, ଭକ୍ତ ଦାସ ଓ ତାଙ୍କ ପୁଅଙ୍କ ପରି ନେତାଏ ଏ ୨୦୧୯ ନିର୍ବାଚନରେ ଟିକେଟ ଅଶାୟୀ ଅଛନ୍ତି । ତେବେ ଏହାକୁ ଦଳ କିପରି ମ୍ୟାନେଜ କରିବ ତାହା ଉପରେ ଉଠିଛି ପ୍ରଶ୍ନ ।

Spread the love