ଆସନ୍ତାକାଲି କଂଗ୍ରେସର ଛଅ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଆସନ୍ତାକାଲି କଂଗ୍ରେସର ଛଅ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ରେଳ ଚଳାଚଳ ସହ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା । ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ । ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ଦେବାଶିଷ ପଟ୍ଟନାୟକ ।ଓଡ଼ିଶାବାସୀଙ୍କୁ ସଚେତନ କରିବାକୁ ବନ୍ଦ ଡାକରା ଦିଆଯାଇଥିବା ଦଳ କହିଛି । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ରାଜ୍ୟ ସ୍ୱାଭିମାନ ଉପରେ ବଡ ପ୍ରହାର ବୋଲି କଂଗ୍ରେସ କହିଛି ।

Spread the love