ଏମିତି ଲକ୍ଷଣର ଝିଅମାନେ ହୋଇଥାନ୍ତି ସର୍ବଗୁଣ ସମ୍ପନ୍ନ ବଧୂ

ଜ୍ୟୋତିଷ ଶାସ୍ତ୍ରରେ ଯେମିତି ଜାତକ ଦେଖି ଲୋକଙ୍କ ଭବିଷ୍ୟତ ବିଷୟରେ କୁହାଯାଏ, ସେହିଭଳି ସାମୁଦ୍ରିକ ଶାସ୍ତ୍ରରେ ଲୋକଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଆଧାରରେ ତାଙ୍କ ଆଚାର ଓ ବ୍ୟବହାର ବିଷୟରେ ଜଣାପଡ଼େ। ସାମୁଦ୍ରିକ ଶାସ୍ତ୍ର ରଚନା ବହୁ ଯୁଗ ତଳେ ହୋଇଥିଲା। ଏଥିରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନରୁ ତାଙ୍କ ଭବିଷ୍ୟତ କେମିତି କଟିବ, ସେ ସମ୍ପର୍କରେ ଜଣାପଡ଼େ। ତେବେ ଆସନ୍ତୁ ଜାଣିବା ଆଙ୍ଗୁଠିର ଗଠନରୁ ମହିଳା କେତେ ଭାଗ୍ୟଶାଳୀ ହୋଇଥାନ୍ତି  ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନାଯାଏ, ଯେଉଁ ଝିଅଙ୍କ ଆଙ୍ଗୁଳି ଲମ୍ବା ଓ ସୁନ୍ଦର ହୋଇଥାଏ, ସେ ବିବାହ ପରେ ନିଜର ପତି ପାଇଁ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏପରି ଝିଅଙ୍କୁ ବିବାହ ପରେ ପତିର ଉନ୍ନତି ହୋଇଥାଏ । ଏହି ଝିଅମାନେ ଶ୍ୱଶୁର ଘରେ ନିଜର ଦାୟିତ୍ୱ ଭଲ ଭାବେ କରିଥାନ୍ତି ।

ଏମିତି ଲକ୍ଷଣର ଝିଅମାନେ ହୋଇଥାନ୍ତି ସର୍ବଗୁଣ ସମ୍ପନ୍ନ 

  ସାମୁଦ୍ରିକ ବିଜ୍ଞାନରେ ମାନ୍ୟତା ରହିଛି ଯେ ଯେଉଁ ଝିଅଙ୍କ ମସ୍ତିସ୍କ ୩ ଆଙ୍ଗୁଳିର ଅଧିକ ଓ ଚନ୍ଦ୍ରମା ଭଳି ହୋଇଥାଏ, ସେ ଝିଅ ଭାଗ୍ୟଶାଳୀ ହୋଇଥାନ୍ତି । ବିବାହ ପରେ ଏହି ଝିଅ ଯେଉଁ ଘରକୁ ଯାଇଥାନ୍ତି,ସେଠାରେ ସର୍ବଦା ଉନ୍ନତି ହୋଇଥାଏ ।

  ଯେଉଁ ଝିଅଙ୍କ ଗୋଡର ଆଙ୍ଗୁଠି ଗୋଲ, ଚଉଡା ଓ ଲାଲ ହୋଇଥାଏ, ସେ ନିଜ ଜୀବନରେ ସଫଳତା ହାସଲ କରିବା ସହ ଅନ୍ୟ ପାଇଁ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

Spread the love