ଆଇପିଏଲ ଦେଖି କାର୍‌ ଜିତିଲେ କନେଷ୍ଟବଳ

ଆଇପିଏଲ୍‌ ମ୍ୟାଚ୍‌ ଦେଖି କାର୍‌ ଜିତିଳେ ମୟୁରଭଞ୍ଜ ଜିଲ୍ଲା ପୋଲିସ କନେଷ୍ଟବଳ। ଜିଓ ସିନେମାର ମୋବାଇଲ୍‌ ଆପ୍‌ ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଶ୍ନର ଉତ୍ତର ଦେଇ କାର ଜିତିଛନ୍ତି। ସେ ହେଉଛନ୍ତି ଜିଲ୍ଲାର ରରୁଆଁ ଥାନାର କନ୍‌ଷ୍ଟେବଲ ଭୀମସେନ ମହାନ୍ତ। ଖେଳ ଦେଖୁ ଦେଖୁ ପ୍ରତିଯୋଗିତାର କିଛି ପ୍ରଶ୍ନର ଉତ୍ତର ଦେଇ ପୁରସ୍କାରରେ ପାଇଛନ୍ତି ବୋଲେନୋ କାର୍‌।

ପୁରସ୍କାର ପାଇବା ପରେ ଏବେ ସେ ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଚଳିତବର୍ଷ ଆଇପିଏଲ୍‌ ମାନିଆ ଆରମ୍ଭ ହୋଇଥିଲା। ଏହାକୁ ନେଇ ଜିଓ ସିନେମା ଆପ୍‌ ପକ୍ଷରୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ପୁରସ୍କାର ସ୍ବରୂପ ଗୋଟିଏ ଗୋଟିଏ ବୋଲେନୋ କାର୍‌ ରହିଛି। ଗତ ୮ ତାରିଖ ଦିନ ପ୍ରତିଯୋଗିତାରେ ଦେଶର କୋଟି କୋଟି ଲୋକ ଅଂଶଗ୍ରହଣ କରିଥିଲେ। ତେବେ ଠିକ୍‌ ଉତ୍ତର ଦେଇ ଲଟେରି ମଧ୍ଯମରେ ବିଜୟ ହୋଇଛନ୍ତି।

ତେବେ ଫଳାଫଳକୁ ନେଇ ଭୀମସେନ୍‌ ବିଶ୍ୱାସ କରି ପାରିନଥିଲେ। ତେବେ ଜିଓ କମ୍ପାନିରୁ ଫୋନ୍‌ ଆସିବା ପରେ ତାଙ୍କର ଖୁସିର ଠିକଣା ରହି ନଥିଲା। କମ୍ପାନି ପକ୍ଷରୁ ଭୀମସେନଙ୍କୁ ବାଲେଶ୍ବର ଡକାଯାଇଥିଲା ଏବଂ ସ୍ଥାନୀୟ ଏକ ‌ସୋ’ରୁମ୍‌ରେ ଉକ୍ତ କାର୍‌ ପ୍ରଦାନ କରାଯାଇଛି।

Spread the love