ବସ ରହଣିକୁ ନେଇ ଦ୍ୱନ୍ଦ୍ୱ, ଉପଜିଲ୍ଲାପାଳ ଡାକିଲେ ଜରୁରୀ ବୈଠକ

ବସ ରହଣିକୁ ନେଇ ଦ୍ୱନ୍ଦ୍ୱ । ଉପଜିଲ୍ଲାପାଳ ଡାକିଲେ ଜରୁରୀ ବୈଠକ । ଆନନ୍ଦପୁରରୁ ଘଷିପୁରା ବସଷ୍ଟାଣ୍ଡ ଯିବାକୁ ବସ ଗୁଡିକୁ ମିଳିଛି ୭ ମିନିଟ୍‌ର ସମୟ । ନିୟମରେ ଖିଲାଫ ହେଲେ ପରିବହନ ବିଭାଗ ତରଫରୁ ପରିମିଟ ରଦ୍ଦ ଚେତାବନୀ ସହ ଫାଇନ୍‌ କଟୁଛି। ଏହି ସମସ୍ୟା ଯୋଗୁ ବସ ମାଲିକ ସଂଘ ବସ୍‌ ଗୁଡିକୁ ଆନନ୍ଦପୁର ବସଷ୍ଟାଣ୍ଡ ନଯାଇ ବ୍ରିଜ୍‌ ଛକରୁ ଘଷିପୁରା ବସଷ୍ଟାଣ୍ଡ ଯିବାକୁ ପରିବହନ ବିଭାଗ ନିକଟରେ ଦାବି ହୋଇଥିଲା ।

ସମସ୍ୟାକୁ ନେଇ ପରିବହନ ବିଭାଗ ନିର୍ଦ୍ଦେଶରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ସଭାଗୃହରେ ଆଲୋଚନା ହୋଇଛି । ଉପଜିଲ୍ଲାପାଳ ଅଧ୍ୟକ୍ଷତାରେ ହୋଇଥିବା ଏହି ଆଲୋଚନାରେ ବସ ମାଲିକ ସଂଘ, ଓକିଲ ସଂଘ, ସାଧାରଣ ନାଗରିକ, ବୁଦ୍ଧିଜୀବୀ ଓ ଉପଖଣ୍ଡ ସ୍ତରୀୟ ପଦାଧିକାରୀମାନେ ଯୋଗଦେଇଥିଲେ । ଆଲୋଚନାରେ ବସ ଗୁଡିକର ରହଣି ବ୍ରିଜ୍‌ ଛକ ପରିବର୍ତ୍ତେ ଆନନ୍ଦପୁର ବସ ଷ୍ଟାଣ୍ଡ ହେବା ସହ ଦୂରତା ଓ ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ସମୟ ୭ ମିନିଟ ପରିବର୍ତ୍ତେ ୧୨ ମିନିଟ୍‌ କରିବାକୁ ମତ ପ୍ରକାଶ ପାଇଛି ।

Spread the love