୯ ଯାଏଁ ଜାରି ରହିବ ଶୀତ

ରାଜ୍ୟରେ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ । ଆସନ୍ତା ଦୁଇଦିନ ଭିତରେ ରାତି ତାପମାତ୍ରା ୩-୪ ଡିଗ୍ରୀ କମିବ ବୋଲି କହିଛି ପାଣିପାଗ ବିଭାଗ । ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ଅଛି । ୮ରେ ଶୀତ ଆହୁରି ବଢ଼ିପାରେ । ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ସୋନପୁରରେ ଶୀତ ଲହରୀ ଲାଗି ରହିବ ।ସେହିପରି ୯ ତାରିଖରେ ମଧ୍ୟ ଥଣ୍ଡା ପ୍ରକୋପ ଜାରି ରହିବ । ୧୦ରୁ ଧିରେଧିରେ ଶୀତ କମିବ । ରାତି ଓ ଦିନ ତାପମାତ୍ରା ବଢ଼ିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

Spread the love