କଲେଜ କ୍ୟାମ୍ପସ କମିଟିରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କର, ଛାତ୍ର ଜନତା ଦଳର ସମସ୍ତ ସଭାପତିଙ୍କୁ ପରାମର୍ଶ ଦେଲେ ନବୀନ

ବିଜୁ ଛାତ୍ର ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତା। ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାରୁ ଆସିଥିବା ଛାତ୍ର ସଭାପତି, ସମ୍ପାଦକ, ଡିଜିଟାଲ ସେକ୍ରେଟାରୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ।

ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତା ଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁମନ୍ତ୍ର। ଲୋକଙ୍କ ସେବା କର, ଲୋକଙ୍କ ପାଖରେ ପହଞ୍ଚ ଓ ଲୋକଙ୍କ ପାଖରେ ଯୋଜନା ପହଞ୍ଚାଓ। ଏବେ ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଲୋକଙ୍କୁ ପାଖକୁ ଯାଉଛି। ଲୋକଙ୍କ ଅଭିଯୋଗ ଶୁଣା ଯାଉଛି। ସମସ୍ୟା ସମାଧାନ କରାଯାଉଛି। ସଂଘଠନିକ ସ୍ଥିତିକୁ ଲୋକାଭିମୁଖୀ ଓ ମଜଭୁତ କରିବା ସହ ସାମାଜିକ କାର୍ଯ୍ୟକ୍ରମ, ରକ୍ତଦାନ, ବୃକ୍ଷ ରୋପଣ , କଲେଜ କ୍ୟାମ୍ପସ କମିଟିରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା,ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଓଡ଼ିଶାରେ ରକ୍ତର ଅଭାବ ରହୁଥିଲା। କିନ୍ତୁ ଏବେ ନାହିଁ। ଯୁବକ ମାନେ କିଭଳି ମୋଟିଭେଟ ହୋଇ ବିକାଶ ପାକ୍ରିୟାରେ ସାମିଲ ହେବେ, ଏହା ସହିତ ସୋସିଆଲ ମିଡିଆରେ ଲୋକଙ୍କ ସହ ଯୋଡ଼ି ହେବେ ଆଜିର ବୈଠକ ପରେ ନିଜ ଜିଲ୍ଲାରେ କିଭଳି ସଂଗଠନ କରିବେ ସେ ନେଇ ସାଙ୍ଗଠନିକ ସମ୍ପାଦକ କହିଛନ୍ତି।

Spread the love