ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରଣାଳୟର ଶ୍ରମିକଙ୍କୁ କରୋନା ମୁକାବିଲା ସହାୟତା

କରୋନା ମୁକାବିଲା ପାଇଁ  ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ତଥା ଇସ୍ପାତ ମନ୍ତ୍ରଣାଳୟ ଓ ଏହାର ଅଧୀନରେ କାମ କରୁଥିବା ଶ୍ରମିକ, ଦିନ ମଜୁରିଆ ଶ୍ରେଣୀର କର୍ମଚାରୀଙ୍କ ପାଇଁ ମହାରତ୍ନ ଜାତୀୟ ଖଣିଜ ବିକାଶ ଉଦ୍ୟୋଗ (ଏନ୍‌ଏମ୍‌ଡିସି) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ମହାରତ୍ନ କମ୍ପାନୀ ଏନ୍‌ଏମ୍‌ଡିସି  ଦୈନିକ ମଜୁରୀରେ କାମ କରୁଥିବା  ଶ୍ରମିକଙ୍କୁ  ଅତିରିକ୍ତ ଏକ ହଜାର ଟଙ୍କା ଦେବାକୁ  ନିଷ୍ପତ୍ତି ନେଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‌ଏମଡିସିରେ  ରି-ଟ୍ୱିଟ୍‌ କରି ଜଣାଇଛନ୍ତି।

ସେହିପରି ଏନ୍‌ଏମଡିସି ନିଜର କର୍ମଚାରୀଙ୍କୁ ଦନ୍ତେୱାଡାର ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ଏଂ ହ୍ୟାଣ୍ଡ ସାନିଟାଇଜର ବଣ୍ଟନ କରାଯାଇଛି। ଏନ୍‌ଏମଡିସିର ଏହି ନିଷ୍ପତ୍ତିକୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି।  ଏଥିସହ ଏନ୍‌ଏମଡିସିର କର୍ମଚାରୀ ଏବଂ ଅନ୍ୟ ଆବଶ୍ୟକତା ଜିନିଷକୁ  ଦନ୍ତେୱାଡାର ଜନଜାତି ମହିଳା ସମୂହଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ବଣ୍ଟନ ନିର୍ଣ୍ଣୟ ପ୍ରଶଂସନୀୟ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହାଦ୍ୱାରା ସେମାନଙ୍କ ରୋଜଗାର ବୃଦ୍ଧି ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି କହିଛନ୍ତି।

Spread the love