ଭଦ୍ରକରୁ ଆଉ ୪ କରୋନା ପଜେଟିଭ ଚିହ୍ନଟ , ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୯୪

ଭୁବନେଶ୍ୱର, ୨୪/୦୪: ଭଦ୍ରକରେ ଆଜି  ଆଉ ୪ କରୋନା ପଜେଟିଭ ରୋଗୀ  ଚିହ୍ନଟ ହୋଇଛନ୍ତି ।  ଏଥିସହ ଆଜି ସକାଳେ ବି ଜଣେ ରୋଗୀ ଚିହ୍ନଟ ହୋଇଥିଲେ।  ସେ ମଧ୍ୟ ଭଦ୍ରକର ଥିଲେ । ଭଦ୍ରକରେ ଆଜି ଗୋଟିଏ ଦିନରେ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୬ରେ ପହଂଚିଛି ।

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଏହି ୫କୁ ମିଶାଇ ୯୪ରେ ପହଂଚିଛି । ୪ ନୂଆ ରୋଗୀଙ୍କ ମଧ୍ୟରେ ସମସ୍ତ ହେଉଛନ୍ତି ପୁରୁଷ । ଜଣଙ୍କର ବୟସ ୪୧, ଆଉ ଜଣଙ୍କର ୪୦, ଜଣଙ୍କର ୨୯ ଓ ଆଉ ଜଣଙ୍କର ୨୪ ବର୍ଷ ।

ଏଥିରେ ୨ ଦୁଇ ଜଣ ତିହିଡି ବ୍ଲକର ହୋଇଥିବା ବେଳେ ଆଉ ୨ ଜଣ ଧାମରା ବ୍ଲକର । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ବର୍ତମାନ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛିି । କାହା ସକାହ ସହ ମିଶିଥିଲେ ସେ ବିଷୟରେ ତଥ୍ୟ ସଂଗ୍ରହ କରା ।ଉଛି ।

Spread the love