କରୋନା ଭ୍ୟାକ୍ସିନ ନେବାକୁ ଯିବା ବେଳେ ଧ୍ୟାନରେ ରଖନ୍ତୁ ଏହି ୬ଟି ଜରୁରୀ କଥା

ଦେଶରେ କରୋନା ସ୍ଥିତି ବହୁତ ଜଟିଳ ରହିଛି। ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଛି। ଏମିତିରେ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ କୋଭିଡ ଟିକା ଲାଗେଇବାକୁ କହୁଛନ୍ତି। ଯଦି ଆପଣ ଟିକା ଲାଗେଇବାକୁ ଯାଉଛନ୍ତି, ତ କେତେକ କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ହେବ। ଆଜି ଆମେ ଆପଣଙ୍କୁ ଟିକା ନେବା ବେଳେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ, ସେ ବିଷୟରେ କହିବୁ।

୧. ଭ୍ୟାକ୍ସିନ କେନ୍ଦ୍ରରେ ଯଦି ଆପଣଙ୍କୁ କେହି ପରିଚିତ ଲୋକ ମିଳିଯାନ୍ତି, ତ ତାଙ୍କୁ ଆଲିଙ୍ଗନ କରିବା କି ହାତ ମିଳେଇବାଠୁ ଦୂରେଇ ରୁହନ୍ତୁ।

୨. ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଆପଣଙ୍କ ଆଗ ଏବଂ ପଛରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ ନାହିଁ। ହୋଇପାରେ, ସେ ସଂକ୍ରମିତ ହୋଇଥାଇ ପାରନ୍ତି।

୩. ଭ୍ୟାକ୍ସିନ କେନ୍ଦ୍ରକୁ ଗଲେ ଡବଲ ମାସ୍କ ବ୍ୟବହାର କରନ୍ତୁ। N-95 ମାସ୍କ ଭିତରେ ଏବଂ ଏହା ଉପରେ କପଡ଼ା କିମ୍ବା ସର୍ଜିକାଲ ମାସ୍କ ପିନ୍ଧନ୍ତୁ।

୪. ଭ୍ୟାକ୍ସିନ କେନ୍ଦ୍ରକୁ ଯିବା ପୂର୍ବରୁ ହାତରେ ଗ୍ଲୋଭସ ପିନ୍ଧନ୍ତୁ ଏବଂ ଭ୍ୟାକ୍ସିନ କେନ୍ଦ୍ରରେ ଥିବା ବେଳେ ନିଜ ଚେହେରାକୁ ଛୁଅନ୍ତୁ ନାହିଁ।

୫. ଗ୍ଲୋଭସ ପିନ୍ଧିଲେ ବି ହାତକୁ ସାନିଟାଇଜର ଲଗାଇ ମଝିରେ ମଝିରେ ସଫା କରନ୍ତୁ।

୬. ନିଜ ମାସ୍କକୁ ବାରମ୍ବାର ଛୁଅନ୍ତୁ ନାହିଁ। ହୋଇପାରେ ଆପଣଙ୍କ ମାସ୍କର ବାହାର ଭାଗରେ ଭାଇରସ ଥାଇପାରେ।

Spread the love