ଭୟ କଲେ ବଢ଼ିବ କରୋନା

ଭୁବନେଶ୍ୱର :  ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟରେ ଯେତେ ପଜିଟିଭ୍ ବାହାରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା, ତା’ଠୁ ସଂକ୍ରମଣ ବହୁତ କମ୍ ରହିଛି। ସରକାରଙ୍କ ପଦକ୍ଷେପ ଯୋଗୁଁ ଜାତୀୟ ହାରରୁ ଆମର ସ୍ଥିତି ଭଲ ଅଛି। କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିଲେ ମଧ୍ୟ ଲକଡାଉନ୍ ପ୍ରଭାବ ପରେ ସେଠାରେ ମଧ୍ୟ ସଂକ୍ରମଣ କମିବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଫେସର ନିରଂଜନ ମିଶ୍ର। ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ରାଜ୍ୟରେ ଟେଷ୍ଟିଂ କାପାସିଟି ବୃଦ୍ଧି ସହିତ ଟାର୍ଗେଟେଡ୍ ସାମ୍ପଲିଂ ମଧ୍ୟ କରାଯାଉଛି। ଏହା ସହିତ ଆଇସିୟୁ ଓ ଅକ୍ସିଜେନ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଚେଷ୍ଟାଚାଲିଛି। ତୃତୀୟ ଲହରକୁ ସେ କେବଳ ଏକ ଆକଳନ ବୋଲି କହିଥିବାବେଳେ ସେଥିପାଇଁ ସତର୍କ ରହି ଟ୍ରାନ୍ସମିସନ ଚେନ୍କୁ ବ୍ରେକ କରିବାକୁ ପଡ଼ିବ। ରାଜ୍ୟରେ ଆଇସିୟୁ ବେଡ୍ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି। ଯେଉଁଠି ପ୍ରାଇଭେଟ୍ ସେକ୍ଟର ଆଇସିୟୁ ଅଛି ତାକୁ ବ୍ୟବହାର କରାଯାଇଛି। ଗ୍ୟାସ ମ୍ୟାନୁପଲ ସିଷ୍ଟମ ଲାଗି ଆଇସିୟୁ ବେଡ ବଢ଼ାଇବା ସମୟ ସାପେକ୍ଷ। ସେଥିପାଇଁ ଆଇସିୟୁ ଜାଗାରେ ଏଚଡିୟୁ ବେଡ୍ ବଢ଼ାଇବା ପାଇଁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି।

ଅନ୍ୟପଟେ କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବ। ଭୟଭୀତ ହେଲେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ କରୋନା ଅଧିକ ଆକ୍ରାମକ ହୁଏ। ତେଣୁ ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ। ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ, ଶାରୀରିକ ପରିଶ୍ରମ କରନ୍ତୁ ବୋଲି ଏସ୍ସିବି ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସାରଦା ସ୍ୱାଇଁ କହିଛନ୍ତି। ସେ ଆହୁରି କହିଛନ୍ତି, ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ ଓ ୱାକିଂ କରିବା ଉଚିତ। ମାନସିକ ରୋଗୀ କରୋନା ଆକ୍ରାନ୍ତ ହେଲେ ଉଭୟ ଔଷଧ ଖାଇପାରିବେ। କରୋନା ପାଇଁ ଔଷଧ ଓ ମାନସିକ ରୋଗ ପାଇଁ ଔଷଧ ଖାଇପାରିବେ। ମାନସିକ ରୋଗୀ ମଧ୍ୟ ଟିକା ନେଇପାରିବେ। ଡାକ୍ତର ସ୍ୱାଇଁ କୋଭିଡରେ ମାନସିକ ସ୍ୱାସ୍ଥ୍ୟ ନେଇ କହିଛନ୍ତି ଯେ କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବ। ମାନସିକ ରୋଗୀ, ବୟସ୍କ, ଦୁର୍ବଳ ରୋଗୀ, ଛୋଟପିଲା ଅନିଦ୍ରା ରହୁଛନ୍ତି। ଛାନିଆ ଭାବ ନରଖି ସାମୟିକ ଭାବେ କୋଭିଡ୍ ପ୍ରତି ସଚେତନ ରୁହନ୍ତୁ। କାରଣ ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ କରୋନା ଅଧିକ ଆକ୍ରାମକ ହୁଏ। ଏନେଇ ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ। ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ ଓ ଶାରୀରିକ ପରିଶ୍ରମ କରନ୍ତୁ। ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ, ୱାକିଂ କରିବା ମଧ୍ୟ ଉଚିତ। ମାନସିକ ରୋଗୀ କରୋନା ଆକ୍ରାନ୍ତ ହେଲେ ଉଭୟ ଔଷଧ ଖାଇପାରିବେ।

Spread the love