କରୋନା ପଜିଟିଭି ଚିହ୍ନଟ ହେଲେ କ’ଣ ଖାଇବେ ? ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ଜାରି କଲା ନୂଆ ଲିଷ୍ଟ

ସମଗ୍ର ଦେଶରେ କରୋନା ସଙ୍କଟରୁ ବଞ୍ଚିବା ପାଇଁ ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ଏକ ଲିଷ୍ଟ ଜାରି କରିଛି। ଯେଉଁଥିରେ କରୋନା ସଂକ୍ରମିତ ହୋଇଥିବା ବ୍ଯକ୍ତି କ’ଣ ଖାଇବା ଉଚିତ, ତାହାର ଲିଷ୍ଟ ଜାରି ହୋଇଛି। ସ୍ବାସ୍ଥ୍ଯ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହାକୁ ସେୟାର କରିଛନ୍ତି। ମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଯଦି ଆପଣଙ୍କର କୋଭିଡ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି , ତେବେ ବିଲକୁଲ ଭୟ କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ମାନି ଉପଚାର କରନ୍ତୁ। ଯୋଗ କରିବା ସହିତ ଶରୀର ପ୍ରତିରୋଧକ ଶକ୍ତିକୁ ମଜୁବତ କରିବା ପାଇଁ ପରଫେକ୍ଟ ଡାଏଟ ନିଅନ୍ତୁ। ଯାହା ଆପଣଙ୍କୁ କୋଭିଡର ମୁକାବିଲା କରିବା ପାଇଁ ସାହାଯ୍ଯ କରିବ। ତେବେ ଜାଣନ୍ତୁ କୋଭିଡ ପଜିଟିଭ ହେଲେ କ’ଣ ଖାଇବେ..

– ପ୍ରୋଟିନର ମୁଖ୍ଯ ସ୍ରୋତ ହେଉଛି ଚିକେନ, ମାଛ, ଅଣ୍ଡା, ପନିର, ସେୟା ନଟସ ଇତ୍ଯାଦି।

– ସୁସ୍ଥକର ଫ୍ଯାଟ୍ ଯେପରି ଅଖରୋଟ, ବାଦାମ, ଅଲିଭ ଅଏଲ, ସୋରିଷ ତେଲ ଇତ୍ଯାଦି ଖାଆନ୍ତୁ।

– ଯଦି ସମ୍ଭବ ନିୟମିତ ଭାବେ ବ୍ଯାୟାମ, ଯୋଗ, ଏବଂ ପ୍ରଣାୟାମ କରନ୍ତୁ।

– ପର୍ଯ୍ଯାପ୍ତ ମାତ୍ରାରେ ଭିଟାମିନ ତଥା ମିନେରାଲ୍ସ ପାଇଁ ଫଳ ଏବଂ ପନିପରିବା ଖାଆନ୍ତୁ।

– ଟ୍ରେସରୁ ବଞ୍ଚିବା ପାଇଁ ୭୦ ପ୍ରତିଶତ କୋକୋ ଯୁକ୍ତ ଡାର୍କ ଚକୋଲେଟ ଅଧିକ ଖାଆନ୍ତୁ।

– ଇମ୍ଯୁନିଟି ସିଷ୍ଟମ ବଢାଇବା ପାଇଁ ଦିନକୁ ଥରେ ହଳଦୀ କ୍ଷୀର ପିଅନ୍ତୁ।

– ମଧ୍ୟାହ୍ନ ଭୋଜନ ସମୟରେ ଗୁଡ ଏବଂ ଘିଅ ଖାଆନ୍ତୁ।

– ରାତ୍ରି ଭୋଜନରେ ଖିଚଡୀ ଖାଇବା ଶରୀର ପାଇଁ ଭଲ।

– କରୋନା କାଳରେ ଶରୀରକୁ ହାଇଡ୍ରେଟ କରିବା ବେଶ ଜରୁରୀ। ତେଣୁ ନର୍ମାଲ ପାଣି ସହିତ ଲେମ୍ବୁ ପାଣି ମଧ୍ୟ ପିଇବା ଉଚିତ। ଏହା ଇମ୍ଯୁନିଟି ବୁଷ୍ଟ କରିବାରେ ସହାୟକ ହୋଇଥାଏ।

Spread the love