କରୋନାରୁ ସୁସ୍ଥ ହେ ମାଇକେଲ ହସି

ନୂଆଦିଲ୍ଲୀ ୧୮/୫ : କରୋନାକୁ ମାତ୍ ଦେଇ ସୁସ୍ଥ ହେଲେ ଅଷ୍ଟ୍ରେଲିଆନ କ୍ରିକେଟର ମାଇକ ହସି । ରବିବାର ସେ ନିଜ ଘରକୁ ଫେରିଯାଇଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଦିନ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନଙ୍କ ଆରଟି- PCR ରେଜଲ୍ଟ ନେଗେଟିଭ ଆସିବାରୁ ଘରକୁ ଫେରିବାର ରାସ୍ତା ଫିଟିଥିଲା ।

ସୁପରକିଙ୍ଗ୍ସର ସିଇଓ କେ.ଏସ୍ ବିଶ୍ୱନାଥନ୍ କହିଛନ୍ତି, “ହଁ, ହସି ସ୍ୱତନ୍ତ୍ର ବିମାନ ଯୋଗେ ଦୋହା ଅଭିମୁଖେ ଯାତ୍ରା କରିଛନ୍ତି । ବର୍ତ୍ତମାନ ସ୍ଥଗିତ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସମୟରେ ସେ କୋଭିଡ ପଜିଟଭ ହୋଇପଡିଥିଲେ । ପରବର୍ତ୍ତୀ ସମୟରେ ବୋଲିଂ କୋଚ୍ ଏଲ୍ ବାଲାଜୀଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀରୁ ଚେନ୍ନାଇକୁ ଅଣାଯାଇଥିଲା । ହସିଙ୍କ ବ୍ୟତୀତ, ଆଇପିଏଲ୍ ସହିତ ଜଡିତ ଅଷ୍ଟ୍ରେଲିଆର ଅନ୍ୟ ସଦସ୍ୟମାନେ ମାଲଦ୍ୱୀପରେ କ୍ୱାରେଣ୍ଟାଇନରେ ଅଛନ୍ତି । ସେଠାରୁ ସେମାନେ ଅଷ୍ଟ୍ରେଲିଆ ଯିବେ । ଏହି ସଦସ୍ୟମାନଙ୍କ ମଧ୍ୟରେ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍, ଡେଭିଡ ୱାର୍ନର ଏବଂ ମାଇକେଲ ସ୍ଲେଟର ମଧ୍ୟ ଅଛନ୍ତି ।

Spread the love