କରୋନା କର୍ଫ୍ୟୁରେ ବିବାହ କରିବା ପାଇଁ, ୧୩୧ ଅତିଥିଙ୍କ ସହ ୩୦ ଫୁଟ୍ ଉଚ୍ଚରେ ପହଞ୍ଚିଲେ ଦମ୍ପତି

ତାମିଲନାଡୁ ୨୪/୦୫: କରୋନା କାଳରେ, ଲୋକମାନେ ଘରେ ବନ୍ଦ ଥିବାବେଳେ , ଦେଶର କେତେକ ରାଜ୍ୟରେ ମଧ୍ୟ ଲକଡାଉନ୍ ଚାଲିଛି । ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦିଲ୍ଲୀ ସମେତ ଅନେକ ରାଜ୍ୟ ସରକାର ଲକଡାଉନ୍ କରିବା ସହିତ କଡା ନିୟମ ମଧ୍ୟ ଲାଗୁ କରିଛନ୍ତି। ଏପରି ପରିସ୍ଥିତିରେ, ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ଘରେ ବିବାହ ମଧ୍ୟ ସ୍ଥଗିତ ରଖାଯାଇଛି, କିନ୍ତୁ ଏହି ସମୟ ମଧ୍ୟରେ ତାମିଲନାଡୁର ଜଣେ ଦମ୍ପତି ଲକଡାଉନ୍ ମଧ୍ୟରେ ବିବାହ କରିବାର ଏକ ନିଆରା ଉପାୟ ବାହାର କରିଛନ୍ତି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ବାସ୍ତବରେ ତାମିଲନାଡୁର ମଦୁରୈର ଏକ ଦମ୍ପତି ସେମାନଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିମାନରେ ଏହି ଦମ୍ପତି ବିବାହ କରିଛନ୍ତି। ତାମିଲନାଡୁରେ ମେ ୨୪ ରୁ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଥିଲା। ତେଣୁ ରାଜ୍ୟରେ କୌଣସି ଆୟୋଜନକୁ ଅନୁମତି ଦିଆଯାଇନଥିଲା। ୨୩ ମେରେ ୧ ଦିନ ପାଇଁ କରୋନା କର୍ଫ୍ୟୁ ବନ୍ଦ କରାଯାଇଥିଲା । ଏହି ସମୟ ମଧ୍ୟରେ ଅଧିକାଂଶ ଦମ୍ପତି ମଦୁରୈ ମନ୍ଦିର ବାହାରେ ବିବାହ କରୁଥିବା ଦେଖାଯାଇଥିଲା।
ଏହି ସମୟରେ, ମଦୁରୈର ରାକେଶ ଏବଂ ଦୀକ୍ଷା ମଧ୍ୟ ମେ ୨୩ ରେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ବିବାହକୁ ୧୩୧ ଅତିଥି ମଧ୍ୟ ଆସିଥିଲେ । ତାଙ୍କର ବିବାହ ମେ ୨୦ ରେ ହୋଇଯାଇଥିଲା। କିନ୍ତୁ, ସେତେବେଳେ ଖୁବ୍ କମ୍ ସମ୍ପର୍କୀୟ ଜଡିତ ଥିଲେ । ଏହି ଦମ୍ପତିଙ୍କ ଅନୁଯାୟୀ, ରାଜ୍ୟରେ ଗୋଟିଏ ଦିନର ରିହାତି ଦିଆଯିବା ମାତ୍ରେ ସେମାନେ ବିବାହକୁ ସ୍ମରଣୀୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଦମ୍ପତି କହିଛନ୍ତି ଯେ ସମସ୍ତ ଯାତ୍ରୀଙ୍କ ଆରଟି- ପିସିଆର୍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ବିବାହର ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି । ଭାଇରାଲ ଫଟୋରେ ଲୋକମାନେ ମାସ୍କ ପିନ୍ଧି ନଥିବା ଦେଖାଯାଇଛି । ସୂଚନା ଅନୁଯାୟୀ, ଏସପି ତାଙ୍କ ବିବୃତ୍ତିରେ କହିଛନ୍ତି ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ଏକ ଅଦ୍ଭୁତ ଉଲ୍ଲଂଘନ ।

Spread the love