କରୋନା ସଂକ୍ରମଣ ଦୂର କରେ ପାନ ?? ଜାଣନ୍ତୁ ଏହା କେତେ ଦୂର ସତ

କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ସରକାର ଲୋକଙ୍କୁ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି। ତଥାପି କିଛି ଅମାନିଆଙ୍କ ଯୋଗୁ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଅନ୍ୟପଟେ ସଂକ୍ରମଣ ବଢ଼ୁଥିବାରୁ ଏଥିରୁ ମୁକ୍ତି ପାଇବାକୁ ଅନେକ ଗୁଡିଏ ମିଛ କଥା ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯଥା ଚା ପିଇଲେ କରୋନା ସଂକ୍ରମଣ ଦୂର ହେବ। ସଂକ୍ରମଣ ଦୂର କରିବାରେ ପାନ ପତ୍ର ସାହାଯ୍ୟ କରେ ଇତ୍ୟାଦି। ମାତ୍ର ବୈଜ୍ଞାନିକ ଓ ଡାକ୍ତରମାନେ ଏସବୁ ମିଥ୍ୟା ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଉଛନ୍ତି।

ବିଶେଷଜ୍ଞ କୁହନ୍ତି, ଚା ପିଇଲେ କରୋନା ସଂକ୍ରମଣ ଦୂର ହେବ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଏହା ସମ୍ପୂର୍ଣ୍ଣ ମିଛ। ସେହିପରି ପାନ ପତ୍ର ସହ କରୋନା ସଂକ୍ରମଣର କୌଣସି ସମ୍ପର୍କ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। ଏସବୁ କେବଳ ଗୁଜବ। ଏସବୁ କଥାରେ ବିଶ୍ୱାସ ନ କରି ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।

Spread the love