କେରଳରେ ତୃତୀୟ ଲହର ! ବଢିଲା କରୋନା ମିଟର

କେରଳ ୦୧/୦୮: ପୂର୍ବ ତୁଳନାରେ ବର୍ତ୍ତମାନ ଦେଶରେ କରୋନା ମାମଲା ହ୍ରାସ ପାଇଛି । ହେଲେ ଦକ୍ଷିଣ ଭାରତର ପରିସ୍ଥିତି ବିସ୍ଫୋରକ ରହିଛି । ଗତ କିଛି ଦିନ ହେବ କେରଳ କ୍ରମାଗତ ଭାବରେ ୨୦ ହଜାରରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହୋଇଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦,୬୨୪ ଟି ନୂଆ ମାମଲା ରୁଜୁ ହୋଇଛି ।

ତେବେ ମୃତ୍ୟୁ ପ୍ରସଙ୍ଗ କେରଳ ପାଇଁ ଚିନ୍ତା ବଢାଉଛି । ଶନିବାର ଦିନ ଏହି ମହାମାରୀରେ ୮୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ରାଜ୍ୟ ତୁଳନାରେ କେରଳରେ ସଂକ୍ରମଣ ହାର ମଧ୍ୟ ଅଧିକ ରେକର୍ଡ କରାଯାଇଛି । ଗତ କିଛି ଦିନ ପର୍ଯ୍ୟନ୍ତ କେରଳରେ ସକାରାତ୍ମକତା ହାର ପ୍ରାୟ ୧୦ ପ୍ରତିଶତ ଥିଲା, କିନ୍ତୁ ବର୍ତ୍ତମାନ ଏହା ୧୨.୩୧% ରେ ପହଞ୍ଚିଛି । ବର୍ତ୍ତମାନ ଅଧିକ ମାମଲା ଆସୁଛି, ଏହାର ଅନ୍ୟତମ କାରଣ ହେଉଛି ପରୀକ୍ଷା ।

ସେହିପରି କେରଳରେ ପରେ ତାମିଲନାଡୁର ବି ସ୍ଥିତି ସଂଗୀନ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ୧୯,୮୬ ଟି କରୋନା ମାମଲା ହୋଇଥିବାବେଳେ ୨୬ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୨୦,୭୧୬ସକ୍ରିୟ କରୋନା ରୋଗୀ ଅଛନ୍ତି । ବର୍ତ୍ତମାନ, ଦକ୍ଷିଣ ଭାରତର କରୋନା ପରିସ୍ଥିତି ପରି, ଉତ୍ତର ଭାରତରେ ସୁଧାରୁଛି ସ୍ଥିତି ।

ଦିନକୁ ଦିନ ରାଜସ୍ଥାନର କରୋନା ସ୍ଥିତିରେ ସୁଧାର ଆସୁଛି । ରାଜ୍ୟ ପରିସଂଖ୍ୟାନ ମଧ୍ୟ ଏହାର ସାକ୍ଷ୍ୟ ଦେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୭ଟି ନୂଆ କରୋନା କେସ ଆସିଥିବାବେଳେ ଜଣେ ରୋଗୀ ପ୍ରାଣ ହରାଇଛନ୍ତି । ୩୩ ଟି ମଧ୍ୟରୁ ୨୬ଟି ଜିଲ୍ଲା ଅଛି ଯେଉଁଠାରେ କରୋନା ର କୌଣସି ନୂଆ ମାମଲା ହୋଇନାହିଁ । ଏଥିସହିତ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ୨୫୦ରୁ କମ୍ ହୋଇଛି ।

Spread the love