ପ୍ରତେକ ଦିନ ତୁଳସୀ ପାଣି ପିଅନ୍ତୁ, କରୋନାଠୁ ଦୂରେଇ ରୁହନ୍ତୁ…

ତୁଳସୀ ଗଛରୁ ଆମକୁ ଅନେକ ପ୍ରକାରର ଔଷଧୀୟ ଗୁଣ ମିଳିଥାଏ, ଯେଉଁ କାରଣରୁ ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାର ଫାଇଦା ବିଷୟରେ ଜାଣି ଆପଣ ମଧ୍ୟ ଏହି ପତ୍ରକୁ ଅନେକ ବାର ବ୍ୟବହାର କରିଥିବେ। କିନ୍ତୁ କ’ଣ ଆପଣଙ୍କୁ ଜଣା ଅଛି କି, କେବଳ ତୁଳସୀର ପତ୍ର ନୁହେଁ, ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବରଦାନ ହୋଇଥାଏ ଏବଂ ଏହି ମଞ୍ଜିକୁ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ପ୍ରକାର ଫାଇଦା ଏକ ସାଥୀରେ ମିଳିଥାଏ? ଯଦି ଆପଣଙ୍କୁ ଏ ବିଷୟରେ ଜଣା ନାହିଁ, ତା’ ହେଲେ ଆଜି ଆମେ କହିବୁ କି, ତୁଳସୀର ମଞ୍ଜି ସ୍ୱାସ୍ଥ୍ୟ ପାଇଁ କିଭଳି ଭାବେ ଲାଭଦାୟକ ପ୍ରମାଣିତ ହୋଇଥାଏ।

ତୁଳସୀ ମଞ୍ଜି ଇମ୍ୟୁନିଟିକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଫ୍ଲାଭୋନୋଇଡ୍‌ସ ଓ ଫେନୋଲିକ୍‌ ମହଜୁଦ ଥାଏ, ଯାହା କି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଫଳପ୍ରଦ ପ୍ରମାଣିତ ହୋଇଥାଏ। ଏହି କାରଣରୁ ରୋଗ ହେବାର ଆଶଙ୍କା କମି ଯାଇଥାଏ। ଏତିକି ନୁହେଁ, ତୁଳସୀ ମଞ୍ଜିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଫାଇବର, ଆଇରନ ଏବଂ ଆଣ୍ଟି ଅକ୍ସିଡେଣ୍ଟସ୍‌ ଭରି ରହିଛି, ଯାହା କି ଫ୍ରି ରେଡିକଲ୍ସ କାରଣରୁ ହେଉଥିବା କ୍ଷତିରୁ ବଞ୍ଚାଇବାରେ ସହାୟକ ହୋଇଥାଏ।

୧. ପେଟ ସହ ଜଡ଼ିତ ସମସ୍ୟାକୁ ଦୂର କରେ: ପେଟ ସହ ଜଡ଼ିତ ସମସ୍ୟାକୁ ଦୂର କରିବାରେ ମଧ୍ୟ ତୁଳସୀ ମଞ୍ଜି ବହୁତ ଲାଭଦାୟକ ହୋଇଥାଏ। ଏହାକୁ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ପାଚନ କ୍ରିୟା ମଜଭୁତ ରହିଥାଏ। ଏଥି ସହିତ କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ହଜମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ।

୨. ଶରୀରରେ ଫୁଲାକୁ କମ୍‌ କରେ: ଶରୀରରେ କୌଣସି ପ୍ରକାର ଫୁଲାକୁ ଦୂର କରିବାରେ ମଧ୍ୟ ତୁଳସୀ ମଞ୍ଜି ବହୁତ ଲାଭଦାୟକ ପ୍ରମାଣିତ ହୋଇଥାଏ। ଏହି ମଞ୍ଜିରୁ ଆମକୁ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ, ଯାହାକି ଶରୀରରେ ଥିବା ଫୁଲାକୁ ଦୂର କରିବାରେ ସାହାଯ୍ୟ କରିଥାଏ।

୩. ଓଜନ ହ୍ରାସ କରିଥାଏ: ଓଜନ ହ୍ରାସ କରିବାରେ ତୁଳସୀ ମଞ୍ଜି ଫାଇଦାଯୁକ୍ତ ହୋଇଥାଏ। କାରଣ, ଏହି ମଞ୍ଜିରେ କ୍ୟାଲୋରୀର ମାତ୍ରା ବହୁତ କମ୍‌ ଥାଏ। ଏଥି ସହିତ ଏଥିରୁ ଫାଇବର ମଧ୍ୟ ଭରପୂର ମାତ୍ରାରେ ମିଳିଥାଏ, ଯେଉଁ କାରଣରୁ ଆମକୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଅନୁଭବ ହୋଇ ନ ଥାଏ। ମୋଟାମୋଟି କହିବାକୁ ଗଲେ, ଓଜନ ହ୍ରାସ କରିବାରେ ତୁଳସୀ ମଞ୍ଜି ବେଶ୍‌ ସହାୟକ ହୋଇଥା
୪. ଅବସାଦ ଦୂର କରେ: ମାନସିକ ଅବସାଦ, ଚିନ୍ତା ଆଦିକୁ ଦୂର କରିବାରେ ବି ତୁଳସୀ ମଞ୍ଜି ସହାୟତା କରିଥାଏ। ଏଥି ସହିତ ଏହାକୁ ସେବନ କଲେ ଶାରୀରିକ ଥକ୍କାପଣ ମଧ୍ୟ ଦୂର ହୋଇ ଯାଇଥାଏ।

Spread the love