ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୧୭।୦୧: ସଂକ୍ରମଣର ଡବଲିଂ ଟାଇମ କମିଛି । ଗ୍ରୋଥ ରେଟ ବି କମିଛି । ରାଜ୍ୟରେ ଏବେ  ୭୫ ହଜାର ଆକ୍ଟିଭ କେସ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇଜେସନ ଅଛି । ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଜି ସଂକ୍ରମଣ କମ୍‌ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି । ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ୨ୟ ଲହର ପରି ଖୋର୍ଦ୍ଧା, ସୁନ୍ଦରଗଡ ସଂକ୍ରମଣ ଅଧିକ ରହୁଛି । ଆରଟିପିସିଆର କିଟ୍ ପରି ଓମିସିଅର କିଟ ସବୁ ଜିଲ୍ଲାକୁ ବଣ୍ଟାଯିବ।  ଔଷଧ ନିଗମ ଏନେଇ ତଥ୍ୟ ଦେବ । ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ  ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଯଥା  କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଷ କ୍ରମେ ଔଷଧ ଖାଆନ୍ତୁ।

Spread the love