ମେ’ ୧୩ରୁ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଯାତ୍ରୀବାହୀ ସମସ୍ତ ଟ୍ରେନ୍‌ ଚଳାଚଳକୁ ବନ୍ଦ ରଖିଥିଲା। ତେବେ ପୁଣିଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକୁ ଯାଉଛି।  ବନ୍ଦ ଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଏକାଥରକେ ଯାତ୍ରା ଆରମ୍ଭ କରିବ ନାହିଁ। ଆଂଶିକ ଭାବେ ଚାଲିବ।

ମେ’ ୧୩ରୁ ଭୁବନେଶ୍ୱର ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ହେବ। ଏହି ଟ୍ରେନ୍‌ ସେବା କଟକ, ଭଦ୍ରକ, ବାଲେଶ୍ୱର, ହିଜଲି (ଖଡ଼କପୁର), ଟାଟାନଗର ଜେନ୍‌, ମୁରି, ବୋକରୋ ଷ୍ଟଲ୍‌ ସିଟି, ଗୋମୋହ ଜେନ୍‌, କୋଡେର୍ମା, ଗୟା, ଡିଡି ଉପାଧ୍ୟାୟ ଜନ୍‌ ଏବଂ କାନପୁର ସେଣ୍ଟ୍ରାଲ୍‌ରେ ଉପଲବ୍ଧ ହେବ ବୋଲି ଅଧିକାରୀକ ସୂତ୍ରରୁ ପ୍ରକାଶ।

ଏହି ଟ୍ରେନ୍‌ରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ରିସରବେସନ ବୁକିଂ ଆଇଆରସିଟିସିର ୱେବସାଇଟ୍‌‌ରୁ କରି ପାରିବେ। ଏହି ୱେବସାଇଟ୍‌ ମେ’ ୧୧ ତାରିଖ ଅପରାହ୍ନ ୪ ଟାରୁ ଖୋଲା ହେବ। ରେଳ ଷ୍ଟେସନରେ ଟିକେଟ୍‌ ବୁକିଂ କାଉଣ୍ଟର ବନ୍ଦ ରହିବ। କେବଳ ନିଶ୍ଚିତ ଟିକେଟ୍‌ ଥିବା ଯାତ୍ରୀମାନଙ୍କୁ ରେଳ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ସଚେତନତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥିସହିତ ମୁହଁରେ ମାସ୍କ ପିନ୍ଧିବା ଏବଂ ଯିବା ସମୟରେ ସ୍କ୍ରିନିଂ କରିବା ବାଧ୍ୟତାମୂଳକ ରହିବ।

Spread the love