ମଧ୍ୟ ପ୍ରଦେଶର ଭୋପାଳରୁ ଲୋକସଭା ସାଂସଦ ଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କରୋନା

ରାଜନେତ୍ରୀ ତଥା ମଧ୍ୟ ପ୍ରଦେଶର ଭୋପାଳରୁ ଲୋକସଭା ସାଂସଦ ଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ନିଜେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ସେ ନିଜ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ନିଜ କରୋନା ଟେଷ୍ଟ କରାଇ ନେବାକୁ କହିଛନ୍ତି।ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ କରୋନା ରିପୋର୍ଟ ସୋମବାର ପଜିଟିଭ୍‌ ଆସିଛି। କିନ୍ତୁ ତାଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ମାତ୍ର ସାବଧାନ ରହିବା ପାଇଁ ସେ ନିଜକୁ ଆଇସୋଲେଟ୍‌ କରିଛନ୍ତି। ଏଥିସହ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ସେ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। ସେ ନିଜ ଟ୍ଵିଟର ଆକାଉଣ୍ଟରେ ଆଜି ସୂଚନା ଦେବା ଅବସରରେ ଲେଖିଛନ୍ତିି- ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି। ଯେଉଁମାନେ ଗତ ୨ ଦିନ ହେଲା ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ମଧ୍ୟ ନିଜ ଟେଷ୍ଟ କରାଇନିଅନ୍ତୁ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଅଧ ରାତିରେ ଏହି ଟ୍ଵିଟ୍‌ କରିଛନ୍ତି। ଏଥିସହ ସେ ଭଗବାନଙ୍କ ନିକଟରେ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି।

ତେବେ ଏଥରକ ଦ୍ୱିତୀୟ ଥର ପାଇଁ କରୋନା ମଧ୍ୟରେ ଦେଶର ବଜେଟ୍‌ ଉପସ୍ଥାପନ କରାଯାଉଛି। କରୋନାର ତୃତୀୟ ଲହର କବ୍‌ଜାରେ ଏଥରକ ସଂସଦ ମଧ୍ୟ ଆସିଛି। ଅଧିବେଶନ ଆରମ୍ଭ ହେବାର ୧୯ ଦିନ ପୂର୍ବରୁ ୨୦ ଜାନୁଆରୀ ମଧ୍ୟରେ ସଂସଦ ଭବନର ୮୭୫ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି।

Spread the love