କରୋନା ସଂକ୍ରମିତ କର୍ମଚାରୀଙ୍କୁ ୭ ଦିନ ଛୁଟି

ଭୁବନେଶ୍ବର :  ଆଜିଠାରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧୀନସ୍ଥ ସରକାରୀ କାର୍ଯ୍ୟାଳୟ ଶତପ୍ରତିଶତ କର୍ମଚାରୀରେ ଚାଲିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୋମବାର ନୂଆ ନିର୍ଦେଶନାମା ଜାରି କରାଯାଇଛି। କରୋନାର ତୃତୀୟ ଲହର ପରିପ୍ରେକ୍ଷୀରେ କୌଣସି କର୍ମଚାରୀ କରୋନା ସଂକ୍ରମିତ ହେଲେ ୭ ଦିନ ଛୁଟିରେ ରହିପାରିବେ । ଅଧିକ ଦିନର ଛୁଟି ଆବଶ୍ୟକତା ଥିଲେ ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବାପରେ କରୋନା ନିୟମ ଅନୁପାଳନ କରିବେ।

Spread the love