ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟର ୨୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମଣ । ୨ଟି ଜିଲ୍ଲା ଅର୍ଥାତ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଆଜି କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୮୬ ପଜିଟିଭ୍ । ଅନୁଗୁଳରୁ ସର୍ବାଧିକ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ୯, ବରଗଡ ୩, ଭଦ୍ରକ ୪, ବଲାଙ୍ଗିର ୩, ବୌଦ୍ଧ ୧, କଟକ ୩, ଦେବଗଡ଼ ୨, ଢ଼େଙ୍କାନାଳ ୧, ଗଜପତିରୁ ୨୫ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୦, ଜଗତସିଂହପୁର ୩, ଯାଜପୁର ୧୮, ଝାରସୁଗୁଡା ୧୩, କଳାହାଣ୍ଡି ୨, କେନ୍ଦ୍ରାପଡା ୧୧, କେନ୍ଦୁଝରରେ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏଥିସହିତ ଖୋର୍ଦ୍ଧା ୨୯ କୋରାପୁଟ ୧, ମୟୂରଭଞ୍ଜ ୧୨, ନବରଙ୍ଗପୁର ୪, ନୟାଗଡ ୨, ନୂଆପଡା ୪, ପୁରୀ ୧, ରାୟଗଡା ୧୪, ସମ୍ବଲପୁର ୨୫,ସୋନପୁର ୬, ସୁନ୍ଦରଗଡ଼ ୧୫ ଷ୍ଟେଟପୁଲରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୫୮୫ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୭୨ ହଜାର ୪୨୮ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ୧୨,୮୪, ୬୧୬କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ୩ ହଜାର ୭୯ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love