ହଲିଉଡ୍‌ ଅଭିନେତା ଡାନିଏଲ୍‌ କ୍ରେଗ୍‌ଙ୍କୁ କରୋନା

ନୂଆଦିଲ୍ଲୀ : ମହାମାରୀ କରୋନା ସାମାନ୍ୟ ହ୍ରାସ ପାଇଛି କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ହ୍ରାସ ପାଇନାହିଁଁ ।   ବର୍ତ୍ତମାନ ସୁଦ୍ଧା ଲୋକମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମୟରେ, ଅଭିନେତା ଡାନିଏଲ କ୍ରେଗ, ଯିଏକି ଜେମ୍ସ ବଣ୍ଡ ଧାରାବାହିକ ‘ନୋ ଟାଇମ୍ ଟୁ ଡେ’ରେ ନଜର ଆସିଥିଲେ । ସେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ହୋଇଥିବା ଡାନିଏଲ୍‌ ସହ “ମ୍ୟାକବେଥ” ର ବ୍ରଡୱେ ପ୍ରଡକ୍ସନର  ଅନ୍ୟ ସଦସ୍ୟ ମଧ୍ୟ ସାମିଲ୍‌ ହୋଇଛନ୍ତି । ଡାନିଏଲ କ୍ରେଗ ସଂକ୍ରମିତ ହୋଇଥିବା ଯୋଗୁଁ “ମ୍ୟାକବେଥ” କାଯ୍ୟକ୍ରମ ବାତିଲ କରାଯାଇଛି।

Spread the love