ଆଇପିଏଲ୍‌କୁ ଘାରିଲା କରୋନା ଭୟ

ମୁମ୍ବାଇ: ଆଇପିଏଲ୍‌କୁ ଘାରିଲା କରୋନା ଭୟ। ଦିଲ୍ଲୀ କ୍ୟାପିଟାଲ୍‌ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍। ଫିଜିଓ ପଜିଟିଭ୍ ହେବା ପରେ ଟିମ୍‌ର ଖେଳାଳିଙ୍କୁ କରୋନା ଭୟ ଘାରିଛି। ପଜିଟିଭ୍ ହୋଇଥିବା ଫରହାଟଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍ ଚିକିତ୍ସା କରୁଛନ୍ତି। ଏନେ ଆଜି ଆଇପିଏଲ୍‌  ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି।

ଦୁଇ ବର୍ଷ ତଳେ କୋଭିଡ୍‌ର ପ୍ରଥମ ଲହର ଯୋଗୁ ଆଇପିଏଲ୍‌କୁ ବାରମ୍ବାର ଘୁଞ୍ଚାଯାଇ ଶେଷରେ ୟୁଏଇରେ ବିନା ଦର୍ଶକରେ ମ୍ୟାଚ୍ ହୋଇଥିଲା। ଏହାପରେ ୨୦୨୧ ଆଇପିଏଲ୍‌ରେ ଅନେକ ଖେଳାଳି ପଜିଟିଭ୍ ହେବା ପରେ ଖେଳକୁ ମଝିରେ ବନ୍ଦ କରାଯାଇଥିଲା। ତେବେ ଆଇପିଏଲ୍‌ରେ ୨୦୨୨ରେ କରୋନା ସଂକ୍ରମଣ କମିବାରୁ ଆୟୋଜକମାନେ ୨୫ ପ୍ରତିଶତ ଦର୍ଶକ ସହିତ ଖେଳ ଆରମ୍ଭ କରିବାକୁ ଯୋଜନା କରିଥିଲେ। ପରିଣାମ ସ୍ୱରୂପ ଏବେ ଖେଳ ଜାରି ରହିଛି।

Spread the love