ଛୋଟ ପିଲାଙ୍କ ନିକଟରେ କରୋନାର କେଉଁ ଲକ୍ଷଣ ଦେଖାଯାଏ

ନୂଆଦିଲ୍ଲୀ: କରୋନା ର ନୂଆ ଭାରୀଏଣ୍ଟ XE ଆସିବା ପରେ ଛୋଟ ଛୁଆଙ୍କ ପାଇଁ ବିପଦ ବଢି ଯାଇଛି। ବର୍ତ୍ତମାନ ବିଦ୍ୟାଳୟ ଗୁଡିକ ଖୋଲି ଯାଇଥିବା ବେଳେ ଛୁଆ ମାନେ ମଧ୍ୟ ସଂକ୍ରମିତ ହେଉ ଥିବାର ଦେଖିବାକୁ ମିଳୁଛି। ପିଲା ମାନଙ୍କ ନିକଟରେ କିଛିଟା ବିଶେଷ ଲକ୍ଷଣ କରୋନା ଲକ୍ଷଣ ଅଟେ।ଯଥା-

 କରୋନା ଲକ୍ଷଣ ରେ ଜ୍ୱର ସବୁଠୁ ବଡ଼ ଲକ୍ଷଣ ଅଟେ। ଯଦି ଆପଣଙ୍କ ସନ୍ତାନ ଅଚାନକ ଜ୍ୱର ରେ ଆକ୍ରାନ୍ତ ହେଉଛି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ।

ଲଗାତାର ଶୁଖିଲା କାଶ ମଧ୍ୟ କରୋନା ର ଗୋଟିଏ ବଡ଼ ଲକ୍ଷଣ ଅଟେ। ଏହାଦ୍ୱାରା ପିଲା ମାନଙ୍କ ଗଳା ଧୀରେ ଧୀରେ ଶୁଖି ଯାଇଥାଏ।

 ଅଧିକାଂଶ ପିଲାଙ୍କୁ କୋଭିଡ ରେ ସଂକ୍ରମିତ ହେବା ଦ୍ୱାରା ଖାଦ୍ୟର ସ୍ୱାଦ ମଧ୍ୟ ଜଣା ପଡେନାହିଁ, ଏହା ମଧ୍ୟ ଗୋଟିଏ କରୋନା ର ଲକ୍ଷଣ।

 ପିଲାମାନେ କରୋନା ସଂକ୍ରମିତ ହେବା ଦ୍ୱାରା ତାଙ୍କୁ ଭୋକ ଲାଗେ ନାହିଁ ଏବଂ ଆଉ କିଛି ପିଲାଙ୍କୁ ଖାଇବା ପରେ ମଧ୍ୟ ବାନ୍ତି ହୋଇଯାଏ।

 ନାକ ରୁ ପାଣି ବୋହିବା କିମ୍ବା ନାକ ଭିତରେ ଯନ୍ତ୍ରଣା ହେବା କରୋନାର ଲକ୍ଷଣ ଅଟେ।

 ଛୋଟ ପିଲା କରୋନା ରେ ସଂକ୍ରମିତ ହେବା ଦ୍ୱାରା ଝାଡା ହେବାର ସମସ୍ୟା ଦେଖାଦିଏ, ଯେପରିକି ଡାଇରିଆ।

 କରୋନା ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଯଦି ଆପଣଙ୍କ ପିଲା ନିଶ୍ୱାସ ନେବାରେ ଅସୁବିଧାର ସମୁଖୀନ ହେଉଛି ତେବେ ଏହା କରୋନା ଲକ୍ଷଣ ହୋଇପାରେ।

ଯଦି ଆପଣଙ୍କ ସନ୍ତାନ ମୁଣ୍ଡ ବିନ୍ଧା ସମସ୍ୟାରେ ପୀଡିତ ହେଉଛି ତେବେ ଏହା କରୋନା ର ସଂକେତ ଦିଏ।

ଉପୋରକ୍ତ ଯେ କୌଣସି ସଂକେତ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

Spread the love