ଦେଶରେ ୩ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଗତ କିଛି ମାସ ତଳେ ସଂକ୍ରମଣ କମିଥିବା ବେଳେ ଏବେ ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ଧୀରେଧୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଦେଶରେ ୩ହଜାର ଉପରେ ଦୈନିକ ସଂକ୍ରମଣ।  ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୩ହଜାର ୩୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରୁ ଗୋଟିଏ ଦିନରେ ୨ହଜାର ୫୬୩ଜଣ ସଂକ୍ରମିତ ସୁସ୍ଥ ​‌ହୋଇଛନ୍ତି । ସଂକ୍ରମଣ ତୁଳନାରେ ଦେଶରେ ସୁସ୍ଥତା ହାର ମଧ୍ୟ ହ୍ରାସ ପାଉଛି । ଯାହା ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ିବାର ଲାଗିଛି ।  ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୯୮୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଦେଶରେ ଦୈନିକ ପଜିଟିଭିଟି ହାର ୦.୬୬%କୁ ବୃଦ୍ଧି ପାଇଛି । ଏଯାଏ ଦେଶରେ କରୋନାରୁ ମୋଟ୍‌ ୪,୨୫,୨୮,୧୧୬ଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍‌ ୫,୨୩,୬୯୩ ଜଣଙ୍କ ମୃତ୍ୟୁ ହୋଇଛି ।

Spread the love