ଚିନ୍ତା ବଢ଼ାଉଛି ଖୋର୍ଦ୍ଧା

ଭୁବନେଶ୍ୱର :  ରାଜ୍ୟରେ ଆଜି ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୩୦ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୧ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୨ ଲକ୍ଷ ୮୮ ହଜାର ୮୫୧ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୪, ବୌଦ୍ଧରୁ ୧, କଟକରୁ ୩, ଗଞ୍ଜାମରୁ୧, ଜଗତ୍‌ସିଂହପୁରରୁ୨, ଝାରସୁଗୁଡ଼ାରୁ ୧, ଖୋର୍ଦ୍ଧାରୁ ୨୬, ନୟାଗଡ଼ରୁ୨, ନୂଆପଡ଼ାରୁ ୧, ସମ୍ବଲପୁରରୁ ୧, ସୁନ୍ଦରଗଡ଼ରୁ ୨ ଓ ଷ୍ଟେଟ୍‌ ପୁଲ୍‌ରୁ ୭ ଜଣ ଅଛନ୍ତି।

Spread the love