ଚିହ୍ନଟ ହେଲେ ୧୦୧ ପଜେଟିଭ, ୫୩୮ରେ ପହଁଚିଲା ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ଆଉ ୧୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ସହ ୫୩୮ରେ ପହଁଚିଲା ରାଜ୍ୟ କରୋନା ପଜିଟିଭଙ୍କ ସଂଖ୍ୟା ।

ସୂଚନା ଅନୁଯାୟୀ, ୧୦୧ ପଜେଟିଭଙ୍କ ମଧ୍ୟରୁ ଗଞ୍ଜାମ ୫୨, ବାଲେଶ୍ୱରରୁ ୩୩, ଯାଜପୁରରୁ ୭, ସୁନ୍ଦରଗଡ଼ ୭ ଓ କେନ୍ଦୁଝର ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗାଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁରରେ ୭୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟର ୫୩୮ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ୪୧୯ ଜଣ ଚିକିତ୍ସିତ ହେଉଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇଛନ୍ତି । ୩ଜଣଙ୍କର ମୃତ୍ୟୁ ଘଟିଛି ।

Spread the love