ବଡ଼ ଖବର : ଓଡ଼ିଶାରେ ପ୍ରଥମ ଡାକ୍ତର କରୋନାର ଆକ୍ରାନ୍ତ

କରୋନାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ଓଡ଼ିଶାରେ ପ୍ରଥମ । କଟକର ଜଣେ ଡାକ୍ତର କରୋନାର ଶିକାର ହୋଇଛନ୍ତି । ସେ ହେଉଛନ୍ତି କଟକ ସିଟି ହସ୍ପିଟାଲର ଶିଶୁ ବିଷେଶଜ୍ଞ ।  କଟକ ଜିଲ୍ଲା ପ୍ରଶାସନ ତରଫରୁ ଏହି ସୂଚନା ଦିଆଯାଇଛି ।

ଶିଶୁରୋଗ ବିଭାଗର ଡାକ୍ତର କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ସନ୍ଦେହ ହେବାରୁ ତାଙ୍କର ସ୍ୱାବ ନମୁନା ପରୀକ୍ଷା ପଠାଯାଇଥିଲା । ଏବେ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ସଂପୃକ୍ତ ଡାକ୍ତରଙ୍କ ସଂପର୍କରେ ଆସିଥିବା ମେଡିକାଲର ଅନ୍ୟ ୧୬ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି ।

Spread the love